ନିଆରା ନୂଆଖାଇ : ଗାଁ ଦାଣ୍ଡରେ ଏକାଠି ନୂଆ ଖାଇଲେ ଗ୍ରାମବାସୀ

0

ଅତାବିରା : ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ଭଳି ଝାରସୁଗୁଡ଼ାରେ ମଧ୍ୟ ଗଣପର୍ବ ନୂଆଖାଇ ଉତ୍ସାହର ସହ ପାଳିତ ହେଇଛି । ଲୋକମାନେ ସମସ୍ତ ବନ୍ଧୁବାନ୍ଧବ, ସମ୍ପର୍କୀୟଙ୍କ ସହ ମିଶି ଏହି ଉପର୍ବ ପାଳନ କରୁଛନ୍ତି । ଝାରସୁଗୁଡା ଜିଲାର ଏପରି ଏକ ଗାଁ ରହିଛି ଯେଉଁ ଠାରେ ଗ୍ରାମବାସୀ ସମସ୍ତେ ମିଶି ଏକା ସାଙ୍ଗରେ ନୂଆ ଖାଇଥାନ୍ତି। ଅତାବିରା ପଞ୍ଚାୟତ ଅନ୍ତର୍ଗତ କୁମର ଗାଁରେ ଦେଖିବାକୁ ମିଳେ ଏହି ନିଆରା ଦୃଶ୍ୟ । ପୁରୁଷ, ମହିଳା, ପିଲା ବୁଢ଼ା ସମସ୍ତେ ଗାଁ ଦାଣ୍ଡରେ ଏକାଠି ବସି ନୂଆ ଖାଇଥାନ୍ତି । ଗତ ୬ ବର୍ଷ ଧରି ଏମାନେ ଏଭଳି ଭାବରେ ମିଳିମିଶି ନୂଆଖାଇ ପାଳନ କରୁଛନ୍ତି । ଯାହା ଭାଇଚାରାର ଏକ ବଡ଼ ଉଦାହରଣ ।

kalyan agarbati
Leave A Reply