www.samajalive.in
Monday, December 15, 2025
24.1 C
Bhubaneswar

ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାର ପାଦ ଆଗକୁ : ୭ବର୍ଷରେ ୫ପ୍ରତିଶତ ଅଙ୍କ ବଢ଼ିଛି

ଭୁବନେଶ୍ବର : ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାକୁ ଯେଭଳି ଭାବେ ବିରୋଧୀ ଚିତ୍ରଣ କରୁଛନ୍ତି ତାହା ବାସ୍ତବରେ ସତ୍ୟ ନୁହେଁ। ସ୍ବାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶା ଆଗକୁ ପାଦେ ଲେଖାଏଁ ବଢ଼ୁଛି। ଏକଥା ଆମେ ନୁହେଁ ଭାରତ ସରକାରଙ୍କ ନୀତି ଆୟୋଗର ସ୍ବାସ୍ଥ୍ୟ ସୂଚକାଙ୍କ(ଇନଡେକ୍ସ) କହୁଛି। ସୋମବାର ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ଓଡ଼ିଶା ଦେଶର ୧୪ତମ ସ୍ଥାନରେ ରହିଛି। ସର୍ବପ୍ରଥମେ କେରଳ ରହିଥିବାବେଳେ ଦ୍ବିତୀୟରେ ତାମିଲନାଡୁ ରହିଛି। ମାତ୍ର ସବୁଠାରୁ ପଛରେ ପଡ଼ିଥିବା ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶରେ ଏବେ ସ୍ବାସ୍ଥ୍ୟ ଭିତ୍ତିଭୂମି କ୍ଷୀପ୍ର ବେଗରେ ଆଗେଇ ଚାଲିଛି। ଦେଶରେ ୫.୫୧ପ୍ରତିଶତରୁ ଊର୍ଦ୍ଧ୍ବ ବେଗରେ ଗତି କରୁଛି। ଯଦିଓ ଦକ୍ଷିଣ ଭାରତୀୟ ରାଜ୍ୟ ସ୍ବାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ କ୍ଷୀପ୍ରଗତିରେ ଆଗକୁ ବଢ଼ୁଛନ୍ତି ତଥାପି ଓଡ଼ିଶାର ପାଦ ଆଗକୁ ରହିଥିବା ଜଣାଯାଇଛି। ଗତ ୭ବର୍ଷରେ ଓଡ଼ିଶା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ୫ପ୍ରତିଶତ ଅଙ୍କ ବୃଦ୍ଧି ହୋଇଛି। ୨୦୧୪-୧୫ବର୍ଷରେ ରାଜ୍ୟରେ ସ୍ବାସ୍ଥ୍ୟ ସୂଚାକାଙ୍କ ୩୯.୨୩ ଥିବାବେଳେ ଏବେ ଏହା ୪୪.୩୧ ଅଙ୍କରେ ପହଞ୍ଚିଛି।
ନୀତି ଆୟୋଗ ପକ୍ଷରୁ ୨୦୧୮-୧୯ ଆଧାର ବର୍ଷ ଏବଂ ୨୦୧୯-୨୦ ରେଫରେନ୍ସ ବର୍ଷ ଭାବେ ହିସାବକୁ ନିଆଯାଇଥିଲା। ତଥ୍ୟ ଅନୁଯାୟୀ ୨୦୧୮-୧୯ରେ ଓଡ଼ିଶା ୪୪.୧୮ ଅଙ୍କ(ସ୍କୋର) ରଖିଥିବାବେଳେ ୨୦୧୯-୨୦ରେ ଏହା ୪୪.୩୧ ଅଙ୍କକୁ ବୃଦ୍ଧି ପାଇଥିଲା। ୨୦୧୮ବର୍ଷ ତୁଳନାରେ ୨୦୧୯-୨୦ରେ ମାତ୍ର .୧୩ ଅଙ୍କ ବୃଦ୍ଧିକୁ ନେଇ ନୀତି ଆୟୋଗ ଓଡ଼ିଶାକୁ ୧୪ତମ ସ୍ଥାନରେ ରଖିଥିଲା। ଅନ୍ୟପକ୍ଷରେ ୨୦୧୪-୧୫ରେ ୩୯.୨୩ ଅଙ୍କରେ ଓଡ଼ିଶା ରହିଥିବାବେଳେ ଏହା ୨୦୧୫-୧୬ରେ ୩୯.୪୩ରେ ପହଞ୍ଚିଥିଲା। ୨୦୧୭-୧୮ରେ ୩୫.୯୭ ଏବଂ ୨୦୧୭-୧୮ରେ ୪୨.୫୧ ରହିଥିଲା। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାର ପାଦ ମନ୍ଥର ଗତିରେ ଆଗକୁ ବଢ଼ୁଥିବାବେଳେ ଉତ୍ତରପ୍ରଦେଶ, ଆସାମ, ତେଲେଙ୍ଗାନା ପ୍ରଭୃତି ରାଜ୍ୟ କ୍ଷୀପ୍ର ଗତିରେ ବଢ଼ୁଛି।
କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିମ ମଧ୍ୟରେ ଦିଲ୍ଲୀ ଓ ଜାମ୍ମୁ କାଶ୍ମୀର ସବୁଠାରୁ ନିମ୍ନରେ ଅଛନ୍ତି। ସ୍ବାସ୍ଥ୍ୟ ସେବାର ଗୁଣବତ୍ତାକୁ ନେଇ ବିଶ୍ବ ବ୍ୟାଙ୍କ ନିୟମ ଆଧାରରେ ନୀତି ଆୟାଗ ଏହି ସୂଚକାଙ୍କ ଘୋଷଣା କରିଥା’ନ୍ତି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories