ନୀତୀଶ ବିରୋଧୀ ପିଟିସନ ସୁପ୍ରିମକୋର୍ଟରେ ଖାରଜ

0

ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ଆଗତ ଏକ ପିଟିସନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ତାଙ୍କ ବିରୋଧରେ ଏକ ହତ୍ୟାମାମଲା ବିଚାରାଧୀନ ରହିଥିବା ସତ୍ତ୍ୱେ ନୀତୀଶ ଏହାକୁ ଗୋପନ ରଖିଥିବାରୁ ତାଙ୍କର ବିଧାନ ପରିଷଦ ସଦସ୍ୟ ପଦ ରଦ୍ଦ କରିବାକୁ ଏହି ପିଟିସନ ଦାଏର କରାଯାଇଥିଲା। ତେବେ ନୀତୀଶ ତାଙ୍କ ସତ୍ୟପାଠରେ ଏହା ଦର୍ଶାଇଥିବାରୁ ପିଟିସନକୁ ସୁପ୍ରିମକୋର୍ଟ ଭିତ୍ତିହୀନ ଦର୍ଶାଇ ଖାରଜ କରିଛନ୍ତି।

Leave A Reply