www.samajalive.in
Monday, December 15, 2025
24.1 C
Bhubaneswar

ବିଶ୍ୱନାଥ ବିଦ୍ୟାପୀଠ ପ୍ରଧାନଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ଆଠଗଡ: ଆଠଗଡର ସର୍ବପୁରାତନ ତଥା ସୁନାମଧନ୍ୟ ବିଶ୍ୱନାଥ ବିଦ୍ୟାପୀଠର ପ୍ରଧାନଶିକ୍ଷକ ରୁଦ୍ରନାରାୟଣ ସାମଲଙ୍କର ଏଠାରୁ ବଦଳି ହେବା ପରିପ୍ରେକ୍ଷୀରେ ତାଙ୍କୁ ଶୁକ୍ରବାର ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏଥିସହିତ ଶିକ୍ଷୟିତ୍ରୀ ଶୁଭଶ୍ରୀ ସାମଲ ଓ ରଶ୍ମିତା ପାଣିଗ୍ରାହୀଙ୍କୁ ମଧ୍ୟ ସେମାନଙ୍କ ବଦଳି ପରିପ୍ରେକ୍ଷୀରେ ବିଦାୟ ସମ୍ବର୍ଦ୍ଧନା ଓ ନୂତନ ଭାବେ ଯୋଗଦେଇଥିବା ଜ୍ୟୋସ୍ନାମୟୀ ସେଠୀ, ବୁଲବୁଲ ବସ୍ତି ଓ ଶିକ୍ଷକ ପପୁ ପରିଡାଙ୍କୁ ସ୍ୱାଗତ କରାଯାଇଥିଲା। ନୂତନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅମର କୁମାର ମହାରଣାଙ୍କ ପୌରୋହିତ୍ୟରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ବରିଷ୍ଠ ଶିକ୍ଷୟିତ୍ରୀ ଉଷାରାଣୀ ପତି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀକାନ୍ତ ବେହେରା, ପୂର୍ବତନ ସଭାପତି ବିଜୟ କୁମାର ସାହୁ, ପୁରାତନ ଛାତ୍ରସଂଘ ଉପଦେଷ୍ଟା କ୍ଷୀରୋଦ ଚନ୍ଦ୍ର ମିଶ୍ର ଏବଂ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଉଦବୋଧନ ଦେଇ ବିଦାୟୀ ପ୍ରଧାନଶିକ୍ଷକଙ୍କ ବହୁମୁଖୀ ପ୍ରତିଭା, ବିଦ୍ୟାଳୟ ରୂପାନ୍ତରିକରଣ କାର୍ଯ୍ୟକ୍ରମରେ ଅବଦାନ ଏବଂ ତାଙ୍କର ପରିଚାଳନାଗତ ଦକ୍ଷତା ସଂପର୍କରେ ଆଲୋକପାତ କରିଥିଲେ।

ସେହିପରି ଦୁଇ ବିଦାୟୀ ଶିକ୍ଷୟିତ୍ରୀଙ୍କ ଅବଦାନ ଓ ଶିକ୍ଷାଦାନରେ ଦକ୍ଷତା ସଂପର୍କରେ ମଧ୍ୟ ବକ୍ତାମାନେ ଆଲୋକପାତ କରିଥିଲେ। ବିଦାୟୀ ପ୍ରଧାନଶିକ୍ଷକ ରୁଦ୍ରନାରାୟଣ ସାମଲ ତାଙ୍କ ଅଭିଭାଷଣରେ ବିଶ୍ୱନାଥ ବିଦ୍ୟାପୀଠ ଭଳି ଏକ ଐତିହ୍ୟ ସଂପନ୍ନ ତଥା ସୁନାମଧନ୍ୟ ବିଦ୍ୟାଳୟରେ କାର୍ଯ୍ୟକରିବା ଏବଂ ଶିକ୍ଷାଦାନ କରିବା ଭଳି ସୌଭାଗ୍ୟ ମିଳିଥିବାରୁ ନିଜକୁ ଧନ୍ୟମନେକରୁଥିବା କହିବା ସଙ୍ଗେ ସଙ୍ଗେ ସମସ୍ତଙ୍କର ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ବିଦାୟୀ ପ୍ରଧାନଶିକ୍ଷକ ଓ ଦୁଇ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉପଢୌକଣ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷୟିତ୍ରୀ ସରିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories