ଏମ୍ସ ଡାକ୍ତରୀ ଛାତ୍ର ନିଖୋଜ ଘଟଣା ; ସବ୍ୟସାଚୀଙ୍କ ଚାଞ୍ଚଲ୍ୟକର ବୟାନ

0

ବ୍ରହ୍ମପୁର : ଏମ୍ସ ଡାକ୍ତରୀ ଛାତ୍ର ସୋହେଲ ନିଖୋଜ ଘଟଣାରେ ଗିରଫ ମାଓନେତା ସବ୍ୟସାଚୀ ପଣ୍ଡା ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଯାହାକୁ ନେଇ ଚର୍ଚା ଆରମ୍ଭ ହୋଇଯାଇଛି। ଏମ୍ସ ଡାକ୍ତରୀ ଛାତ୍ର ସୋହେଲ ନିଖୋଜ ଘଟଣାରେ ବରମୁଣ୍ଡା ବସଷ୍ଟାଣ୍ଡରୁ ମାଓ ପୋଷ୍ଟର ଉଦ୍ଧାର କରାଯାଇଥିଲା।  ଗିରଫ ମାଓନେତା ସବ୍ୟସାଚୀଙ୍କ ମୁକ୍ତି ବଦଳରେ ସୋହେଲଙ୍କୁ ମୁକ୍ତ କରାଯିବା ନେଇ ପୋଷ୍ଟରରେ ଦାବି କରାଯାଇଥିଲା । ସୋମବାର ବ୍ରହ୍ମପୁର କୋର୍ଟରେ ହାଜର ହେବା ପାଇଁ ଆସିଥିବା ବେଳେ ସବ୍ୟସାଚୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏହି ପୋଷ୍ଟର ଵ୍ରହ୍ମପୁରରୁ ଯାଇଥିଲା ଏବଂ ସଂଗ୍ରାମ ମହାନ୍ତି ଏହାକୁ ଲଗାଇଥିବା  ନେଇ ଅଭିଯୋଗ କରିଛନ୍ତି । ପୋଲିସ ଏହା ଜାଣି ପାରିଥିବା ସବ୍ୟସାଚୀ କହିଛନ୍ତି। ସଂଗ୍ରାମ ମହାନ୍ତି ହେଉଛନ୍ତି ମାଓ ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତିଙ୍କ ପୁଅ।

ଅନ୍ୟ ପକ୍ଷରେ ସବ୍ୟସାଚୀଙ୍କ ଅଭିଯୋଗ ଓ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ସଂଗ୍ରାମ ମହାନ୍ତି କହିଛନ୍ତି, ସବ୍ୟସାଚୀଙ୍କୁ ସେ ଜାଣନ୍ତି ନାହିଁ । ଦୀର୍ଘ ଦିନ ହେବ ଜେଲରେ ରହିବା ପରେ ସବ୍ୟାସଚୀ ନିଜର ମାନସିକ ଭାରସାମ୍ୟ ହରାଇଛନ୍ତି। ସରକାରଙ୍କୁ ଅନୁରୋଧ ସବ୍ୟସାଚୀଙ୍କ ମାନସିକ ଚିକିତ୍ସା କରାଯାଉ ବୋଲି ସେ ତାତ୍ସଲ୍ୟ କରି କହିଛନ୍ତି। ତେବେ ଉଭୟ ସବ୍ୟସାଚୀ ଓ ସଂଗ୍ରାମଙ୍କ ମନ୍ତବ୍ୟରୁ ଦୁଇ ପରିବାର ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ପଦାରେ ପଡିଥିବା ସ୍ପଷ୍ଟ ହୋଇଛି ।
ସେହିପରି ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଘଟଣା ସଂପର୍କରେ ସବ୍ୟସାଚୀ କହିଛନ୍ତି ଯେ, ତାଙ୍କ ଓକିଲ ତଥା ପତ୍ନୀ ମିଲି ପଣ୍ଡା ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ।  ତେବେ ନିର୍ବାଚନକୁ ଅନେକ ସମୟ ବାକି ରହିଛି। ନିର୍ବାଚନ ଲଢ଼ିବାକୁ ହେଲେ ଅର୍ଥବଳ ଆବଶ୍ୟକ। ବର୍ତ୍ତମାନ ସେ ତାଙ୍କ ବିରୋଧରେ ଲାଗିଥିବା ମାମଲା ଲଢ଼ୁଛନ୍ତି। ନିର୍ବାଚନ ଲଢ଼ିବା ନେଇ ପତ୍ନୀ ଦେଇଥିବା ମନ୍ତବ୍ୟ ସମ୍ପର୍କରେ ସେ ହିଁ କହିବେ।

Leave A Reply