www.samajalive.in
Tuesday, December 9, 2025
15.1 C
Bhubaneswar

ମଦମୁକ୍ତ ଓଡିଶାର ବାର୍ତ୍ତା ବାଣ୍ଟୁଛନ୍ତି ସାଇକେଲ ଯାତ୍ରୀ

ସୁଆଣ୍ଡୋ : ବାଲେଶ୍ବର ଜିଲ୍ଲା ବାଲିଆପାଳ ବାଘାଯତୀନ ସ୍ମୃତି ପରିଷଦ ପକ୍ଷରୁ ସେପ୍ଟେମ୍ବର ଦଶ ତାରିଖରୁ ମାଆ ମାଟି ମାତୃଭାଷା ଓ ମଦମୁକ୍ତ ଓଡିଶା ଗଠନର ବାର୍ତ୍ତା ପ୍ରଚାର ପାଇଁ ଏକ ସାଇକେଲ ଯାତ୍ରା ଆରମ୍ଭ ହୋଇଛି । ଉକ୍ତ ଯାତ୍ରାରେ ଅନୁଷ୍ଠାନର ଅଶୀ ଜଣ ସଭ୍ୟ ସାମିଲ ହୋଇଛନ୍ତି । ଗୁରୁବାର ଏହି ସାଇକେଲ ଯାତ୍ରୀ ମାନେ ଗୋପବନ୍ଧୁଙ୍କ ଜନ୍ମମାଟି ସୁଆଣ୍ଡୋସ୍ଥ ବାସଭବନ ଷଠୀଘରେ ପହଞ୍ଚିଥିଲେ । ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ ଓ ସ୍ମୃତିଚାରଣ କରିଥିଲେ। ଚାରିବର୍ଷ ଧରି ଇଞ୍ଚୁଡି ଇରମ ସତ୍ୟବାଦୀ କାନ୍ତକବିଙ୍କ ଜନ୍ମପୀଠ ତୁଡିଗଡିଆ ଧରଣୀଧର ଭୁୟାଁ ଙ୍କ ଜନ୍ମସ୍ଥାନ ଉପର କୁଶୁମିତା ଓ ସେହିପରି ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ଖିଣ୍ଡା ଆଦି ଗ୍ରାମରେ ଅନୁଷ୍ଠାନ ପକ୍ଷରୁ ଏହି ଜନ ସଚେତନତା ସୃଷ୍ଟି କରିଛନ୍ତି । ଅନୁଷ୍ଠାନର ସଭାପତି ଅରବିନ୍ଦ ବେହେରାଙ୍କୁ ଗୋପବନ୍ଧୁ ସ୍ମୃତି ପରିଷଦ ସଭାପତି ଧୀରେନ୍ଦ୍ର ନାଥ ଦାସ ଉପଢୌକନ ଗୋପବନ୍ଧୁଙ୍କ ଫଟୋ ଗୋପ କବିତା ପୁସ୍ତକ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ବକ୍ସି ଜଗବନ୍ଧୁଙ୍କ ଜନ୍ମମାଟି ବ୍ରହ୍ମଗିରିର ଗଡରୋଢଙ୍ଗ ଯିବାପାଇଁ ସାଇକେଲ ଯାତ୍ରୀମାନେ ସୁଆଣ୍ଡୋରୁ ବିଦାୟ ନେଇଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories