ଶାଳ ଗଡ ଜବତ କଲା ବନବିଭାଗ

ପାଟଣା : ପାଟଣା ବନାଞ୍ଚଳ ଅନ୍ତର୍ଗତ ମୂଷାଖୋରୀ ପଞ୍ଚାୟତ ଧନୁର୍ଜୟପୁର ବିଜାନାଳି ସାହି ନିକଟରୁ ଗତରାତିରେ ପାଟଣା ବନବିଭାଗ ଜଙ୍ଗଲ ଅଞ୍ଚଳରୁ କଟାଯାଇଥିବା ଶାଳ ଗଛର ଗଛିତ ଶାଳ ଗଡ଼ ଗୁଡିକୁ ଜବତ କରିଛି। ଗଛ କଟାଯାଇଥିବା ସମ୍ପର୍କରେ ଖବର ପାଇ ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାର ଓ ବନପାଳ ପିଅନ ନାଏକ ରାସ୍ତାରେ ଜଗି ରହିବା ସହ ଘଟଣାସ୍ଥଳକୁ ବନରକ୍ଷୀ ଦେବଜାନୀ ମହାନ୍ତ ଓ ପାରା କର୍ମଚାରୀମାନଙ୍କୁ ପଠାଇଥିଲେ। ସେମାନେ ଘଟଣାସ୍ଥଳରେ ପହଞ୍ଚିବାବେଳକୁ କାଠ ମାଫିଆ ଫେରାର ହୋଇଯାଇଥିବାବେଳେ ଗଛିତ ଶାଳ ଗଡ଼ ଗୁଡିକୁ ବନବିଭାଗ ଜବତ କରି ପାଟଣା ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ। ଜବତ କାଠ ଗୁଡିକ ମୋଟ ୧.୪୩୫୨ କ୍ୟୁବିକ ମିଟର ହେବ ବୋଲି ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.