www.samajalive.in
Saturday, December 6, 2025
15.1 C
Bhubaneswar

ଶ୍ରମ ବିଭାଗର ବିଚିତ୍ର ନୀତି, ଶିକ୍ଷାବୃତ୍ତିରୁ ବଞ୍ଚିତ ପଞ୍ଜିକୃତ ଶ୍ରମିକ ପରିବାରର ୧୧ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ

ବାସୁଦେବପୁର : ଶ୍ରମ ବିଭାଗର ବିଚିତ୍ର ନୀତି ପାଇଁ ଶିକ୍ଷାବୃତ୍ତିରୁ ବଞ୍ଚିତ ହେବାକୁ ଯାଉଛନ୍ତି ପଞ୍ଜିକୃତ ଶ୍ରମିକ ପରିବାରର ୧୧ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ। ଏପରି ଅଭିଯୋଗ ଆଣିଛନ୍ତି କ୍ଷେମେଶ୍ବର ଶ୍ରମିକ ସଂଘ ଓ ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘ। ଶ୍ରମିକ ସଂଘର ସମ୍ପାଦକ ଓ ସଭାପତିମାନଙ୍କୁ ଏଏଲଓଙ୍କ ବ୍ୟବହାର ବ୍ୟଥିତ କରୁଥିବା ସହ ସରକାରୀ ଗାଇଡଲାଇନକୁ ବାଦ୍ ଦେଇ ଭେରିଫିକେସନ କରାଯାଉଥିବାରୁ ହୀତାଧିକାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହିତ ୨୦୨୧-୨୨ ମସିହାଠାରୁ ପାଞ୍ଚଶହ ପଞ୍ଜିକୃତ ଶ୍ରମିକ କାର୍ଡ ନବୀକରଣ କରାଯାଇଥିଲେ ମଧ୍ୟ ସରକାରୀ ଅନୁମୋଦନ କରାଯାଇ ପାରିନଥିବା କାରଣରୁ ଶିକ୍ଷାବୃତ୍ତି ପାଇଁ ଆବେଦନ କରାଯାଇପାରୁନି, ପାଖାପାଖି ଦେଢଶହରୁ ଊର୍ଦ୍ଧ୍ବ ପଞ୍ଜିକୃତ କାର୍ଡର ପ୍ରୋଫାଇଲ ସଂଶୋଧନ କରାଯାଇନଥିବା କ୍ଷେମେଶ୍ବର ଶ୍ରମିକ ସଂଘର ସଂପାଦକ ପ୍ରଶାନ୍ତ କୁମାର ମିଶ୍ର କହିଛନ୍ତି।

ସେହିପରି ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘର ୨୦୨୨ ମସିହାଠାରୁ ମୋଟ୍ ୫ହଜାର ପଞ୍ଜିକୃତ କାର୍ଡର ନବୀକରଣ ଅନୁମୋଦନ କରାଯାଇପାରି ନ ଥିବାବେଳେ ସେଥି ମଧ୍ୟରୁ ବାସୁଦେବପୁର ବ୍ଲକରେ ଛଅଶହ ପଞ୍ଜିକୃତ କାର୍ଡ ରହିଛି। ୨୦୨୧-୨୨ ମସିହାଠାରୁ ୨୩ଶହ ଛାତ୍ରଛାତ୍ରୀ ଶିକ୍ଷାବୃତ୍ତି ପାଇପାରି ନ ଥିବାବେଳେ ଅନ୍ୟ ଶିକ୍ଷା ବର୍ଷ ପାଇଁ ଆବେଦନ କରିପାରୁନାହାନ୍ତି। ଆଜି ଶିକ୍ଷାବୃତ୍ତି ପାଇଁ ଆବେଦନର ଶେଷ ତାରିଖ ଥିବା ଜଣାଇଛନ୍ତି। ଚଳିତବର୍ଷ ୧୨ଶହ ନବୀକରଣ ଅନୁମୋଦନ ହୋଇପାରି ନ ଥିବା କାରଣରୁ ହଜାର ହଜାର ଛାତ୍ରଛାତ୍ରୀ ବର୍ଷ ବର୍ଷ ଧରି ଶିକ୍ଷାବୃତ୍ତି ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି। ୨୦ ୨୧-୨୨ ମସିହାରେ ଚାରିଶହ ପଞ୍ଜିକୃତ କାର୍ଡଧାରୀଙ୍କୁ ବିବାହ ସହାୟତା ରାଶି ମିଳିପାରିନ‌ଥିବାବେଳେ ୨୦୨୧-୨୨ ମସିହାଠାରୁ ୨୦ ଜଣ ପଞ୍ଜିକୃତ ଶ୍ରମିକଙ୍କ ପରିବାର ମୃତ୍ୟୁକାଳୀନ ସହାୟତା ମିଳିପାରୁନି। ଜିଲା ଶ୍ରମ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପ ସହିତ ଏଏଲଓଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ସମନ୍ୱୟ କମିଟି ପକ୍ଷରୁ ଜିଲାପାଳଙ୍କଠାରେ ଅଭିଯୋଗ କରାଯାଇଥିବା ସଂପାଦକ ବରଦା ପ୍ରସନ୍ନ ସାମଲ କହିଛନ୍ତି। ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସହାୟତାରୁ ବଞ୍ଚିତ ହୋଇଆସୁଥିବା ଅଭିଯୋଗକୁ ନେଇ ଜିଲା ଶ୍ରମ ଅଧିକାରୀ ପ୍ରେମ ମଞ୍ଜରି ନାୟକ କୁହନ୍ତି, ଶିକ୍ଷାବୃତ୍ତି ପାଇଁ ସୋମବାର ଶେଷ ତାରିଖ ଥିବାବେଳେ ଜିଲାରେ ଇଣ୍ଟରନେଟ ସେବା ବନ୍ଦଥିବା କାରଣରୁ କୌଣସି କାର୍ଯ୍ୟ ସଂପୂର୍ଣ୍ଣ କରିବା ସମ୍ଭବ ନୁହେଁ। ଜିଲାପାଳଙ୍କ ସମେତ ଶ୍ରମ ବିଭାଗର କମିଶନରଙ୍କୁ ଏନେଇ ଅବଗତ କରା‌ଯିବ। ଯଦି ଅବଧି ବଢିବ ତାହେଲେ ହୁଏତ ବାକିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରାଯାଇପାରିବ। ଜେଏଲସି ଶିବ ମିଶ୍ର କୁହନ୍ତି, ମୁଁ ନୂଆକରି କାର୍ଯ୍ୟରେ ଯୋଗଦେଇଛି। ଆସିଥିବା ଅଭିଯୋଗକୁ ଭିତ୍ତି କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଏଲଓ ନିବେଦିତା ସ୍ୱାଇଁଙ୍କୁ ଯୋଗାଯୋଗ କରିବାରୁ ବିରକ୍ତି ଭାବ ପ୍ରକାଶ କରି ଅଭିଯୋଗ ଭିତ୍ତିହୀନ ବୋଲି କହିଥିଲେ। ଏନେଇ ଜିଲାପାଳ ଦିଲ୍ଲୀପ କୁମାର ରାଉତରାୟ କୁହନ୍ତି, ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାବୃତ୍ତି ମିଳିବାକୁ ନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories