www.samajalive.in
Monday, December 8, 2025
20.1 C
Bhubaneswar

ଭରତପୁର ଥାନା ମାମଲା: ୫ ନିଲମ୍ବିତ ପୁଲିସ କର୍ମୀଙ୍କ ଆଗୁଆ ଜାମିନ ଆବେଦନ

ସମାଜ ଡିଜିଟାଲ ଡେସ୍କ: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ସୋମବାର ଆଗୁଆ ଜାମିନ ଆବେଦନ କରିଛନ୍ତି ନିଲମ୍ବିତ ହୋଇଥିବା ୫ ପୁଲିସ କର୍ମୀ। ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ନିଲମ୍ବିତ ୫ ପୁଲିସ କର୍ମୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି।

ଅପରପକ୍ଷେ, ମାମଲାରେ ଆଜି ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ୱର ସର୍କିଟ ହାଉସରେ ସୋମବାର ପ୍ରଥମ ବୈଠକ ବସିଥିଲା। ହାଇକୋର୍ଟର ପୂର୍ବତନ ବିଚାରପତି ତଥା ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ପୁଲିସ ଡିଜି, ଗୃହ ବିଭାଗ ଏସିଏସ୍‌‌, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଉପସ୍ଥିତ ରହିଥିଲେ। ଘଟଣାକୁ ନେଇ ସତ୍ୟପାଠ ଆହ୍ୱାନ କରାଯିବ ବୋଲି କମିଶନ ସଚିବ ଗଣମାଧ୍ୟମକୁ କହିଛନ୍ତି। ସତ୍ୟପାଠ ଯାଞ୍ଚ କରାଯାଇ ତଦନ୍ତ ଆଗେଇବା ସହ ସାକ୍ଷ୍ୟଗ୍ରହଣ ଆରମ୍ଭ କରାଯିବ। ଏହାସହିତ ଘଟଣାରେ ନିଲମ୍ବିତ ପୁଲିସ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା ହେବ।

- Advertisement -

ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ଭରତପୁର ଥାନାରେ ମେଜର ଓ ବାନ୍ଧବୀ ଏକ ଅଭିଯୋଗ କରିବାକୁ ଯାଇଥିବାବେଳେ ସେମାନଙ୍କୁ ଥାନା ଅଧିକାରୀଙ୍କ ସହ ଅନ୍ୟ ପୁଲିସ କର୍ମଚାରୀମାନେ ଅକଥନୀୟ ନିର୍ଯାତନା ଦେଇଥିଲେ, ଯାହାକି ସବୁଠି ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଘଟଣାରେ ସଠିକ୍‌‌ ଭାବେ ତଦନ୍ତ କରି ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି। କ୍ରାଇମବ୍ରାଞ୍ଚ ମଧ୍ୟ ଘଟଣାର ତଦନ୍ତ କରୁଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories