କାନପୁରରୁ ହିଜ୍‍ବୁଲ ଆତଙ୍କବାଦୀ ଗିରଫ

0

ଲକ୍ଷ୍ନୌ : ଗଣେଶ ଚତୁର୍ଥୀ ଅବସରରେ ସଂହାରଲୀଳା ରଚନା କରିବା ଯୋଜନାରେ ଥିବା ଜଣେ ହିଜ୍‍ବୁଲ ଆତଙ୍କବାଦୀକୁ ଉତ୍ତରପ୍ରଦେଶ ପୁଲିସର ଆତଙ୍କବାଦ ନିରୋଧୀ ଦଳ(ଏଟିଏସ୍‍) କାନପୁରରୁ ଗିରଫ କରିଛି। ତାକୁ ଧରିବା ପାଇଁ ଏଟିଏସ୍‍ ପକ୍ଷରୁ ଗତ ପୟାୟ ଦୁଇ ସପ୍ତାହ ଧରି ଉଦ୍ୟମ କରାଯାଉଥିଲା। ଏହି ସନ୍ଦିଗ୍ଧ ଆତଙ୍କବାଦୀ ହେଉଛି କ୍ୱାମାର-ଉଜ୍‍-ଜାମା(୩୭) ଓ ତାର ଘର ଆସାମରେ ବୋଲି ପୁଲିସ ମହାନିର୍ଦେଶକ ଓ.ପି ସିଂହ କହିଛନ୍ତି। ମୋବାଇଲ ଫୋନ୍‍ କଲ୍‍କୁ ଟ୍ରାକ୍‍କରି କାନପୁରର ଚକେରି ଅଞ୍ଚଳରୁ ଜାମାକୁ ଧରାଯାଇଥିବା ସିଂହ କହିଛନ୍ତି। ଜାମା ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିଲା ଓ ସର୍ବଦା ଏକେ-୪୭ରାଇଫଲ ନିଜର ସହିତ ଫଟୋ ପ୍ରସାରିତ କରୁଥିଲା। ୨୦୧୭ରେ ସେ ପାକିସ୍ତାନରେ ଆତଙ୍କବାଦ ତାଲିମ ନେବା ପରେ ହିଜ୍‍ବୁଲ୍‍ରେ ଯୋଗ ଦେଇଥିଲା। ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ସେ ବିଦେଶରେ ଥିବା ପୁଲିସ କହିଛି।

Leave A Reply