ଭାରତୀୟ ସୁଟରମାନଙ୍କୁ ନେଇ ଯାଉଥିବା ବିମାନର ଜରୁରୀ ଅବତରଣ

0

ବ୍ୟାଙ୍ଗକକ୍‌. – ଭାରତୀୟ କ୍ରୀଡାବିତମାନଙ୍କୁ ନେଇ ଯାଉଥିବ ଏକ ବିମାନ ବ୍ୟାଙ୍ଗକକ୍‌ରେ ଜରୁରୀ ଅବତରଣ କରିଛି । ଏଥିରେ କିଛି ଯାନ୍ତ୍ରୀକ ତ୍ରୁଟି ଦେଖାଦେବା ପରେ ବିମାନଟି ଜରୁରୀ ଅବତରଣ କରିଥିଲା । ବିମାନ ବନ୍ଦରରେ ଉଡାଣ ଭରୁଥିବା ସମୟରେ ଏଥିରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଦକ୍ଷିଣ କୋରିଆରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନସିପ୍‌ରେ ୧୧ ଜଣ ଅନ୍ତର୍ଜାତୀୟ ସୁଟର ଏଥିରେ ଫେରୁଥିଲେ । ଏମାନଙ୍କ ସହ କୋଚ୍‌ ଓ ଅନ୍ୟାନ୍ୟ ଅଧିକାରୀ ନଥିଲେ ।

ବିମାନଟି ବ୍ୟାଙ୍ଗକ୍‌ରେ ଜରୁରୀ ଅବତରଣ କରିବା ପରେ ଖେଳାଳୀମାନେ କିଛି ସମୟ ଧରି ବିମାନ ବନ୍ଦରରେ ଫସି ରହିଥିଲେ । ପରେ ଏମାନେ ଅନ୍ୟ ଏକ ବିମାନରେ  ଦିଲ୍ଲୀ ଫେରିଥିଲେ । ଖେଳାଳୀଙ୍କ ସହ କୌଣସି ଅଧିକାରୀ ନଥିବା ଯୋଗୁଁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

Leave A Reply