www.samajalive.in
Sunday, December 7, 2025
26.1 C
Bhubaneswar

ଡମପଡା ବ୍ଲକର ୮ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ

ବାଙ୍କୀ: ଡମପଡା ବ୍ଲକ ଅନ୍ତର୍ଗତ ୮ଟି ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି। ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନରେ କୁଶପଙ୍ଗି ହାଇସ୍କୁଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ କୁଶପଙ୍ଗି ଓ ପାଥପୁର ପଞ୍ଚାୟତର ରେଶନକାର୍ଡ ଧାରୀଙ୍କ ମଧ୍ୟରୁ ସଂକ୍ଷିପ୍ତ ଭାବରେ ୧୦ଜଣଙ୍କୁ ଏହି କାର୍ଡ ମୁଖ୍ୟ ଅତିଥି ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ବଣ୍ଟନ କରିଛନ୍ତି। ସେହିପରି ଡମପଡା ଦୋଳମଣ୍ଡପ ପଡିଆରେ ଡମପଡା ଓ କୁସୁନ୍ଦା ପଞ୍ଚାୟତ,ତାଳବସ୍ତ ହାଇସ୍କୁଲ ଠାରେ ଦୁଲାଣାପୁର ଓ ତାଳବସ୍ତ ପଞ୍ଚାୟତର ହିତାଧିକାରୀ ମାନଙ୍କୁ ବିଧାୟକ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି। ଅପରାହ୍ନରେ ଭଗିପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଧାୟକ ଭଗିପୁର ଓ ବାଆଁରା ପଞ୍ଚାୟତର ହିତାଧିକାରୀ ମାନଙ୍କୁ ଏହି କାର୍ଡ ବଣ୍ଟନ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଆଭିମୁଖ୍ୟ ପ୍ରଦାନ କରି ପୁରୁଷ ହିତାଧିକାରୀ ୫ଲକ୍ଷ ଓ ମହିଳା ହିତାଧିକାରୀ କାର୍ଡ ମାଧ୍ୟମରେ ୧୦ଲକ୍ଷ ଟଙ୍କାର ଆର୍ଥିକ ସ୍ୱାସ୍ଥ୍ୟ ସହାୟତା ପାଇବାର ବ୍ୟବସ୍ଥା ସମ୍ପର୍କରେ ପ୍ରକାଶ କରିଛନ୍ତି।

କୁଶପଙ୍ଗି ଠାରେ ଆୟୋଜିତ ଉତ୍ସବରେ ବିଡିଓ ଶ୍ୟାମଳ କୁମାର ରାୟ,ସହକାରୀଯନ୍ତ୍ରୀ ପ୍ରଭାତ କୁମାର ରାଉତ ,କୁଶପଙ୍ଗି ସମିତିସଭ୍ୟ ଅଜିତ ଜେନା, ପାଥପୁର ସମିତିସଭ୍ୟ ପ୍ରତିନିଧି ନରେନ୍ଦ୍ର ସାହୁ ଏବଂ କୁଶପଙ୍ଗି ସରପଞ୍ଚ ପୁଷ୍ପଲତା ପରିଡା ଓ ପ୍ରାଥପୁର ସରପଞ୍ଚ ପ୍ରତିନିଧି ଦୁଷ୍ମନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଅନ୍ୟ ସମସ୍ତ କେନ୍ଦ୍ରରେ ସ୍ଥାନୀୟ ଜନପ୍ରତିନିଧି ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ରହି କାର୍ଡ ବଣ୍ଟନ କରିଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories