www.samajalive.in
Sunday, December 14, 2025
19.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ଲୁଣର ଗୁରୁତ୍ୱ

ଖାଦ୍ୟରେ ଯେତେ ପ୍ରକାରର ମସଲା ପକାଇଲେ ମଧ୍ୟ ଲୁଣ ବିନା ଖାଦ୍ୟଦ୍ରବ୍ୟ ସ୍ୱାଦ ହୀନ ଅଟେ। ତେଣୁ ଯେକୌଣସି ଖାଦ୍ୟଦ୍ରବ୍ୟରେ ଲୁଣ ପକାଇବା ଅପରିହାର୍ଯ୍ୟ ଅଟେ। ଭିନ୍ନ ପ୍ରକାରର ଲୁଣ ମଧ୍ୟ ଅଛି। ସଭିଁଙ୍କୁ ଜଣା ଲୁଣ ସମୁଦ୍ରରୁ ପ୍ରାପ୍ତ ହୋଇଥାଏ। ସମୁଦ୍ରରୁ ମିଳୁଥିବା ଲୁଣ ବ୍ୟତୀତ ଆଉ ଅନ୍ୟ ଦୁଇ ପ୍ରକାରର ଲୁଣ ମଧ୍ୟ ଖାଦ୍ୟ ପ୍ରସ୍ତୁତରେ ବ୍ୟବହୃତ ହୋଇଥାଏ। ଜାଣନ୍ତୁ , ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ କଣ……
ପାହାଡ଼ିଆ ଲୁଣ – ପାହାଡ଼ିଆ ବା ସହଦେବ ଲୁଣ ସ୍ୱଚ୍ଛ ଏବଂ ଏଥିରେ କିଛି ଖଣିଜ ମିଶିଥିବାରୁ ଏହା ସାମାନ୍ୟ ଅନ୍ୟ ରଙ୍ଗର ମଧ୍ୟ ହୋଇଥାଏ। ଏହି ଲୁଣକୁ ମନ୍ଦିର ମାନଙ୍କରେ ହେଉଥିବା ରୋଷେଇ ଓ ପୂଜାପର୍ବରେ ପ୍ରସ୍ତୁତ ଖାଦ୍ୟରେ ଅଧିକ ବ୍ୟବହୃତ ହୁଏ।
ଏତଦ୍‍ ବ୍ୟତୀତ କଳା ରଙ୍ଗର ଲୁଣ ମଧ୍ୟ ରହିଛି। ଏହି କଳା ଲୁଣରେ ଲୌହ ଓ ଗନ୍ଧକ ରହିଛି। ଏହାକୁ ଖାଦ୍ୟଦ୍ରବ୍ୟରେ ପକାଇ ଖାଇଲେ ଖାଦ୍ୟ ସହଜରେ ହଜମ ହୋଇଥାଏ।
ସାମୁଦ୍ରିକ ଲୁଣରେ ଆୟୋଡ଼ିନର ପରିମାଣ ଅଧିକ ଥାଏ। ଏହା ଆମ ସ୍ୱାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ ଅଟେ। ଆୟୋଡ଼ିନ ଅଭାବରୁ ଗଳଗଣ୍ଡ ରୋଗ ହୋଇଥାଏ। ତେଣୁ ସଠିକ୍‍ ପରିମାଣରେ ଆୟୋଡ଼ିନ ଯୁକ୍ତ ଲୁଣ ଖାଇବା ନିହାତି ଆବଶ୍ୟକ।
ଲୁଣ ବିନା କୌଣସି ଖାଦ୍ୟ ଖାଇବା ଅନୁଚିତ। କାରଣ ତାହା ସହଜରେ ହଜମ ହୋଇ ନଥାଏ।
ଅଧିକ ପରିମାଣରେ ମଧ୍ୟ ଲୁଣ ଖାଇବା ଉଚିତ ନୁହେଁ। ବେଶି ଲୁଣ ଖାଇବା ବହୁ ରୋଗର କାରଣ ହୋଇଥାଏ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories