ଭୁବନେଶ୍ୱର : କିଛିଦିନ ହେବ ଭୁବନେଶ୍ୱର ବିମାନ ବନ୍ଦର ଦେଇ ଚୋରା ସୁନା ଚାଲାଣ ବିଷୟ ଚର୍ଚ୍ଚାରେ ଥିବା ବେଳେ ପୁଣି ସେହି ଘଟଣାର ପୁନରାବୃତ୍ତି ହୋଇଛି। ବିମାନବନ୍ଦରରୁ ୬୯୦ ଗ୍ରାମରୁ ଅଧିକ ଓଜନର ସୁନା ଚୋରାଚାଲାଣ ହେଉଥିବା ବେଳେ ବିମାନବନ୍ଦର କର୍ତ୍ତୃପକ୍ଷ ଏହାକୁ ଜବତ କରିଛନ୍ତି।
ଖବର ଅନୁସାରେ, କ୍ୱାଲାଲାମ୍ପୁରରୁ ଆସିଥବା ଜଣେ ଭାରତୀୟ ବଂଶୋଦ୍ଭବଙ୍କ ଠାରୁ ଏହି ସୁନା ଜବତ ହୋଇଛି। ଏକ ଟ୍ରଲି ବ୍ୟାଗ୍ ରେ ସେ କ୍ୱାଲାଲାମ୍ପୁରରୁ ସୁନା ଲୁଚାଇ ଆଣୁଥିଲେ ବୋଲି ସୂଚନା ମିଳିଛି। ଚେନ୍ନାଇରୁ ଏୟାର ଏସିଆ ବିମାନ ଯୋଗେ ଆସିବା ପରେ ଭୁବନେଶ୍ୱର ବିମାନ ବନ୍ଦରରେ ସଂପୃକ୍ତ ବ୍ୟକ୍ତି ଜଣକ ଧରାପଡ଼ିଛନ୍ତି।
ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ଜବତ ହେଲା ସୁନା
Popular Categories



