www.samajalive.in
Saturday, December 6, 2025
26.1 C
Bhubaneswar

ବିଜୁଙ୍କ ନାମରେ ହରିଲୁଟ୍‍ ଚାଲିଛି: ଦାମ

ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ହେବା ପରେ ହଠାତ୍‍ ଉଗ୍ର ହୋଇ ଉଠିଛନ୍ତି ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ। ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଡାକ୍ତର ରାଉତ କହିଛନ୍ତି ଯେ ବିଜୁ ଜନତା ଦଳରେ ଏବେ ଦଳେ ଲୋକ ରାଜ୍ୟର ହରିଲୁଟ୍‍ କରୁଛନ୍ତି। ଏହା ବିଜୁ ବାବୁଙ୍କ ଆତ୍ମାକୁ କଷ୍ଟ ଦେଉଥିବ। ଯେଉଁମାନେ ବିଜୁ ଆଦର୍ଶରେ ବିଶ୍ୱାସ ରଖନ୍ତି ସେମାନଙ୍କୁ ଦଳରୁ ଦୂରେଇ ଦିଆଯାଉଛି। ଏବେ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁମାନେ ଘେରି ରହିଛନ୍ତି ସେମାନେ ବିଜୁ ବାବୁଙ୍କୁ ବିରୋଧ କରୁଥିଲେ। ସେମାନେ ସମସ୍ତେ ଦୁର୍ନୀତିଗ୍ରସ୍ତ। ରାଜ୍ୟପ୍ରତି ସେମାନଙ୍କର ପ୍ରତିଶ୍ରୁତିବଦ୍ଧତା ନାହିଁ। ସେମାନଙ୍କ ମୁଣ୍ଡରରେ ସିବିଆଇ ଖଣ୍ଡା ଝୁଲୁଛି। କିନ୍ତୁ ବିଜେଡିରୁ ବିଦା ହୋଇଥିବା ବିଜୁ ଅନୁଗତମାନଙ୍କ ଉପରେ ଦୁର୍ନୀତି ଅଭିଯୋଗ ନାହିଁ। ଏପରିକି ନବୀନ ବାବୁ ଯେତେ ଶୀଘ୍ର ଓଡ଼ିଶାରୁ ଯିବେ ସେତେ ଶୀଘ୍ର ରାଜ୍ୟର ମଙ୍ଗଳ ହେବ ବୋଲି କହିବାରୁ ବିରତ ହୋଇନାହାନ୍ତି ଡାକ୍ତର ରାଉତ। ସେ ନିଜ ସ୍ଥିତି ରକ୍ଷା କରିବା ପାଇଁ ନୀତି ବଦଳାଉଛନ୍ତି। ଏହା ବିଜୁ ଆଦର୍ଶର ପରିପନ୍ଥୀ।
ବିଜେଡିରେ ଯୋଗ ଦେବା ପ୍ରସଙ୍ଗରେ ଡାକ୍ତର ରାଉତ କହିଛନ୍ତି ଯେ ମୁଁ ବିଜେଡିରେ ମିଶିବାକୁ ଯାଇ ନଥିଲି। ଖୋଦ୍‍ ନବୀନ ମୋ ପାଖକୁ ଆସିଥିଲେ। ଅନଙ୍ଗ ଉଦୟ ସିଂହଦେଓ ଓ ରାମକୃଷ୍ଣ ପଟ୍ଟନାୟକଙ୍କ ସହିତ ନବୀନ ପଟ୍ଟନାୟକ ତାଙ୍କ ପାଖକୁ ଆସି ଉପକୂଳ ଓଡ଼ିଶାରେ ବିଜେଡିର ସ୍ଥିତି ସମ୍ଭାଳିବା ଲାଗି ଅନୁରୋଧ କରିଥିଲେ।
ଆଗାମୀ ନିର୍ବାଚନ ବିଷୟରେ ଡାକ୍ତର ରାଉତ କହିଛନ୍ତି ଯେ କଂଗ୍ରେସ କିମ୍ବା ବିଜେପିରେ ମିଶିବେ ନାହିଁ। ଏକାକୀ ନିର୍ବାଚନ ଲଢ଼ିବେ। ଲୋକଙ୍କ ସମର୍ଥନ ଥିବା ପର୍ଯ୍ୟନ୍ତ ସେ ନିର୍ବାଚନ ଲଢ଼ିବେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories