www.samajalive.in
Saturday, December 6, 2025
16.1 C
Bhubaneswar

୨୫% ବଢ଼ିଲା ଇଥାନଲ୍‍ ମୂଲ୍ୟ

ନୂଆଦିଲ୍ଲୀ: ଆଖୁ ଚାଷୀଙ୍କ ପାଇଁ ଖୁସି ଖବର। ଆଖୁରୁ ପ୍ରସ୍ତୁତ ଇଥାନଲ୍‍ ମୂଲ୍ୟରେ କେନ୍ଦ୍ର ସରକାର ୨୫% ବୃଦ୍ଧି କରିଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‍ କମିଟି ବୈଠକରେ ଉପରୋକ୍ତ ନିଷ୍ପତ୍ତି ହୋଇଛି।
ସୂଚନାଯୋଗ୍ୟ, ଚଳିତ ବର୍ଷ ଅଧିକ ଆଖୁ ଚାଷ ହୋଇଥିବାରୁ ଚିନି ମୂଲ୍ୟ କମ୍‍ ରହିଛି। ତେଣୁ ଚାଷୀମାନେ ପୂର୍ବ ବର୍ଷ ତୁଳନାରେ କମ୍‍ ଲାଭ ପାଇଛନ୍ତି। ଇଥାନଲ୍‍ ମୂଲ୍ୟ ବୃଦ୍ଧି ଘୋଷଣା ପରେ ଚାଷୀମାନେ ଚିନି ମିଲ୍‍ ମାଲିକଙ୍କ ଉପରେ ଅଧିକ ନିର୍ଭର କରିବେ ନାହିଁ କି ସେମାନଙ୍କୁ ଶୋଷଣର ଶିକାର ହେବାକୁ ପଡ଼ିବ ନାହିଁ।
ଏଥିସହିତ କେନ୍ଦ୍ର କ୍ୟାବିନେଟ୍‍ ନୂଆ ସଂଗ୍ରହ ନୀତିକୁ ଅନୁମୋଦନ କରିଛି। ମଧ୍ୟପ୍ରଦେଶର ‘ଭାବାନ୍ତର ଭୁଗ୍‍ତାନ ଯୋଜନା’ ଆଧାରରେ କେନ୍ଦ୍ର ସରକାର ‘ପ୍ରାଇସ୍‍ ଡେଫିସିଏନ୍ସି ପେମେଣ୍ଟ’ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏହି ଯୋଜନା ଅନୁଯାୟୀ, ଯଦି ତୈଳବୀଜ ସାମଗ୍ରୀର ଦର ସର୍ବନିମ୍ନ ସହାୟକ ମୂଲ୍ୟ ଠାରୁ ହ୍ରାସ ପାଏ ତେବେ କେନ୍ଦ୍ର ସରକାର ଚାଷୀଙ୍କ କ୍ଷତି ଭରଣା କରିବେ। ସେହିପରି ରାଜ୍ୟ ସରକାରମାନେ ଚାହିଁଲେ ତୈଳ ବୀଜ ସଂଗ୍ରହ କାମରେ ଘରୋଇ ସଂସ୍ଥାଙ୍କୁ ନିୟୋଜିତ କରିପାରିବେ। ସୂଚନାଯୋଗ୍ୟ, କେନ୍ଦ୍ର ସରକର ୨୩ଟି କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିଥିବା ବେଳେ କେନ୍ଦ୍ର ସରକାରଙ୍କ ସଂସ୍ଥା ଭାରତୀୟ ଖାଦ୍ୟ ନିଗମ ଚାଉଳ ଓ ଗହମ ସଂଗ୍ରହ କରି ପିଡିଏସ୍‍ ମାଧ୍ୟମରେ ବଣ୍ଟନ କରୁଛି। ଅପରପକ୍ଷରେ ସ୍ୱଳ୍ପସ୍ଥାୟୀ ଖାଦ୍ୟ ସାମଗ୍ରୀ ସଂଗ୍ରହ ପ୍ରକ୍ରିୟାରେ ଏ ପର୍ଯ୍ୟନ୍ତ କେନ୍ଦ୍ରୀୟ ସଂସ୍ଥା ଅଂଶଗ୍ରହଣ କରିନାହାନ୍ତି। ଏଥିପାଇଁ ଭାରତର ଖାଇବା ତେଲ ଚାହିଦାର ୭୦% ବାହାର ଦେଶରୁ ଆମଦାନି କରିବାକୁ ପଡ଼ୁଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories