www.samajalive.in
Saturday, December 6, 2025
16.1 C
Bhubaneswar

ୟୁପି ଛାତ୍ରବୃତ୍ତି ଦୁର୍ନୀତିର ତଦନ୍ତ ମଞ୍ଜୁରୀ ଦେଲେ ଯୋଗୀ ସରକାର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଯୋଗୀ ସରକାର ଦୁର୍ନୀତି ବିରୋଧରେ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଫଳରେ ଅଳ୍ପସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ବୃତ୍ତି ନାମରେ ହୋଇଥିବା ୧୫କୋଟି ଟଙ୍କାର ଠକେଇର ତଦନ୍ତ ଦାୟିତ୍ୱ ଗ୍ରହଣ କରିଛି ଆର୍ଥିକ ଅପରାଧ ଓ ଅନୁସନ୍ଧାନ ଶାଖା(ଇଓଡବ୍ଲୁ)। ଏ ସଂକ୍ରାନ୍ତରେ ସରକାର ମାମଲା ରୁଜୁ କରିବାକୁ ନିର୍ଦେଶ ଦେଇଛନ୍ତି।
ୟୁପିର ମେରଠ ଓ ଇଟାବା ଜିଲାରେ କାଗଜପତ୍ରରେ ଜାଲିଆତି କରି ଅଳ୍ପସଂଖ୍ୟକ ଛାତ୍ରଛାତ୍ରୀଙ୍କ ବୃତ୍ତି ଟଙ୍କାକୁ ହଡ଼ପ କରି ନିଆଯାଇ ଥିଲା। ଏହି ପ୍ରକ୍ରିୟାରେ ୧୫କୋଟିରୁ ଊଦ୍ଧ୍ୱର୍ ଟଙ୍କା ଆତ୍ମସାତ କରାଯାଇ ଥିବା ଅଭିଯୋଗ ହୋଇଥିଲା। ତତ୍କାଳୀନ ଜାଞ୍ଚ ପ୍ରକ୍ରିୟାରେ ଜିଲାର ଅଳ୍ପସଂଖ୍ୟକ କଲ୍ୟାଣ ଅଧିକାରୀ, ସମାଜ କଲ୍ୟାଣ ଅଧିକାରୀ, ସ୍କୁଲ ସଞ୍ଚାଳନ ଅଧିକାରୀ ଓ ପ୍ରଧାନଶିକ୍ଷକଙ୍କ ସମ୍ପୃକ୍ତି ପ୍ରମାଣିତ ହୋଇଥିଲା। ଏହି ଦୁର୍ନୀତି ଇଟାବାର ୧୧୬ଟି ଓ ମେରଠର ୧୫୦ଟି ସ୍କୁଲରେ ହୋଇଥିଲା। ପ୍ରାରମ୍ଭିକ ତଦନ୍ତରେ ଯେଉଁ ସ୍କୁଲରେ ମୋଟ୍‍ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦୦ ଥିଲା ସେହି ସ୍କୁଲ ନାମରେ ୨୦୦୦ପିଲାଙ୍କୁ ଏହି ଛାତ୍ର ବୃତ୍ତି ପ୍ରଦାନ କରାଯାଇ ଥିବା ଉଲ୍ଲେଖ କରାଯାଇ ଥିଲା। ୟୁପି ସରକାର ଏହି ମାମଲାର ପୁନ୍ନଃ ତଦନ୍ତ ଆରମ୍ଭ କରିବା ସହ ଜିଲାର ୪ଟି ସ୍ଥାନରେ ଆର୍ଥିକ ଅପରାଧ ଓ ଅନୁସନ୍ଧାନ ଥାନା ପ୍ରତିଷ୍ଠା କରିଛନ୍ତି। ଫଳରେ ଆଗାମୀ ଦିନରେ ଆର୍ଥିକ ଅପରାଧ ସମ୍ପର୍କିତ ମାମଲାଗୁଡ଼ିକ ସିଧାସଳଖ ଏହି ଥାନାରେ ତଦନ୍ତ ହେବ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories