www.samajalive.in
Saturday, December 6, 2025
23.1 C
Bhubaneswar

ଅଧିକ ଆଖୁ ଚାଷ କଲେ ମଧୁମେହ ହେବ: ଆଦିତ୍ୟନାଥ

ମିରଟ: ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିବା ବିଜେପି ନେତାଙ୍କ ପାଇଁ ଏକ ଧାରା ପାଲଟି ଯାଇଛି। ଏବେ ଏହି ଧାରାରେ ପୁଣି ଥରେ ସାମିଲ୍‍ ହୋଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଅଧିକ ଆଖୁଚାଷ ହିଁ ମଧୁମେହର କାରଣ ବୋଲି କହିଛନ୍ତି ଆଦିତ୍ୟନାଥ।
ଦିଲ୍ଲୀ-ସାହାରନପୁଣ ଜାତୀୟ ରାଜପଥ ଉଦ୍‍ଘାଟନ ଅବସରରେ ବାଘପତ୍‍ଠାରେ ଆୟୋଜିତ ଏକ ସମାବେଶରେ ଯୋଗ ଦେଇ ଆଦିତ୍ୟନାଥ କହିଛନ୍ତି ଯେ ଅଧିକ ଆଖୁ ହିଁ ମଧୁମେହ ରୋଗର ଅନ୍ୟତମ କାରଣ। ଆଖୁଚାଷ ବୃଦ୍ଧି ପାଇଲେ ଉପଯୋଗ ମଧ୍ୟ ବୃଦ୍ଧି ପାଇବ। ଅଧିକ ଆଖୁ ଖାଇଲେ ରକ୍ତରେ ଶର୍କରା ବଢ଼ିବ। ତେଣୁ ଆଖୁ ଚାଷ ବଦଳରେ ଅନ୍ୟ ଶସ୍ୟ ଚାଷ କରିବାକୁ ଚାଷୀମାନେ ଚିନ୍ତା କରିବା ଆବଶ୍ୟକ।
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ଦେଶର ସର୍ବାଧିକ ଆଖୁ ଉତ୍ପାଦନକାରୀ ରାଜ୍ୟ। ଅକ୍ଟୋବର ୨୦ ତାରିଖରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଆଖୁ ଅମଳ ହେବ।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories