www.samajalive.in
Tuesday, December 9, 2025
15.1 C
Bhubaneswar

ସମ୍ପୂର୍ଣ୍ଣ ଟିକା ନେଇ ନଥିବା ବ୍ୟକ୍ତିଙ୍କୁ ମଲ୍‌ରେ କର୍ମଚାରୀ ଭାବେ ନିଯୁକ୍ତି ଦେବାରୁ ୫୦ ହଜାର ଟଙ୍କା ଜରିମାନା

ମୁମ୍ବଇ – ମୁମ୍ବଇର ଏକ ମଲ୍‌ରେ ଦୁଇଟି ଯାକ କୋଭିଡ୍‌ ଟିକା ନେଇ ନଥିବା ବ୍ୟକ୍ତିଙ୍କୁ କର୍ମଚାରୀ ଭାବେ ନିଯୁକ୍ତି ଦେବାରୁ ୫୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ମୁମ୍ବଇ ମହାନଗର ନିଗମର ଅଧିକାରୀମାନେ ଯାଞ୍ଚ କରୁଥିବା ବେଲେ ଏହି ମଲ୍‌ରେ କର୍ମଚାରୀମାନେ ମାସ୍କ ପିନ୍ଧି ନଥିବା ଦେଖିବା ପାଇଁ ପାଇଥିଲେ।ପରେ ସେଠାରେ ପହଞ୍ଚି ଯାଞ୍ଚ କରିବା ବେଳେ ଅନେକ କର୍ମଚାରୀ ଦୁଇଟି ଯାକ ଟିକା ନେଇ ନଥିବା ବେଳେ ସେଠାରେ କାମ କରୁଥିଲେ। ଏପରିକି ମଲ୍‌ ପକ୍ଷରୁ ଦୁଇଟି ଯାକ ଟିକା ନେଇ ନଥିବା କିଛି କର୍ମଚାରୀଙ୍କ ନୂଆ କରି ନିଯୁକ୍ତ ଦିଆଯାଇଥିଲା ।

ସେମାନେ ମଧ୍ୟ କୋଭିଡ୍‌ କଟକଣାକୁ ଉଲ୍ଲଘଂନ କରି ସେଠାରେ କାର୍ଯ୍ଯ କରୁଥିବା ପ୍ରମାଣ ମିଳିଥିଲା।

ମୁମ୍ବଇରେ ଦୁଇଟ ଯାକ ଟିକା ନେଇଥିଲେ ମଲ୍‌ରେ କାମ କରିପାରେବ ବୋଲି ନିୟମ କରାଯାଇଛି ।ଏହାର ଉଲ୍ଲଘଂନ କରାଯାଇଥିବାରୁ ମଲ୍‌କୁ ୫୦ ହଜାରଟଙ୍କା ଜୋରିମାନା କରାଯାଇଛି ।ମହାରାଷ୍ଟ୍ରରେ ଏବେ କିଛି ଲୋକଙ୍କ ନିକଟରେ ଓମିକ୍ରୋନ ଭୁତାଣୁ ଚିହ୍ନଟ ହୋଇଥିଲା ।ଏହାର ପ୍ରଥମ ଆକ୍ରାନ୍ତ ଭଲହୋଇ ସାରିଛନ୍ତି । ତେବେ ସେଠାରେ କରୋନା କଟକଣାକୁ କଡାକଡି କରାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories