www.samajalive.in
Tuesday, December 9, 2025
16.1 C
Bhubaneswar

ପାପଡାହାଣ୍ଡି ରାମ ମନ୍ଦିର ଜାଗା ଜବର ଦଖଲକୁ ନେଇ ଉତ୍ତେଜନା

ନବରଙ୍ଗପୁର/ପାପଡାହାଣ୍ଡି: ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାଠାରେ ଥିବା ବହୁ ପୁରାତନ ରାମ ମନ୍ଦିର ନିକଟସ୍ଥ ଜାଗା ଜବରଦଖଲକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ପାପଡାହାଣ୍ଡି ସଦର ମହକୁମା ଠାରେ ଥିବା ରାମ ମନ୍ଦିର ପାରିପାର୍ଶ୍ବିକରେ ଥିବା ଖାଲି ଜାଗାକୁ ଗ୍ରାମର ଜଣେ ବ୍ୟକ୍ତି ଜୋର ଜବରଦସ୍ତ ଦଖଲ କରି ପାଚେରୀ ନିର୍ମାଣ କୁ ନେଇ ଗ୍ରାମବାସୀ ମଧ୍ୟରେ ଉତେଜନା ଦେଖାଦେଇଛି। ସୂଚନା ମୁତାବକ ରାମମନ୍ଦିର ଉନ୍ନତି କରଣ କାର୍ଯ୍ୟ ଚାଲିଥିବା ବେଳେ ମନ୍ଦିର ପାରିପାର୍ଶିକ କାର୍ଯ୍ୟ ଚାଲିଥିଲା। ମନ୍ଦିର ପାର୍ଶ୍ବରେ ଥିବା ନେତ୍ରା ନନ୍ଦ ସାଗର ନାମକ ଜୈନିକ ବ୍ୟକ୍ତି ତାର ବ୍ୟକ୍ତିଗତ ଗୃହ ନିର୍ମାଣ କରିବା ସହ ନିଜର ଜମିକୁ ଛାଡି ମନ୍ଦିର ଜାଗା ଭିତରେ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା।

 

- Advertisement -

ଫଳରେ ମନ୍ଦିର କମିଟି ପକ୍ଷରୁ ଉକ୍ତ ବ୍ୟକ୍ତିକୁ ମନ୍ଦିର ଜାଗା ଛାଡିବାକୁ କହିବା ପରେ ମଧ୍ୟ ଜୋର ଜବରଦସ୍ତ ପାଚେରୀ ନିର୍ମାଣ କାର୍ୟ୍ୟ କରିବା ଯୋଗୁଁ ମନ୍ଦିର କମିଟି ତରଫରୁ ଜବର ଦଖଲକରି ବିରୁଦ୍ଧରେ ପାପଡାହାଣ୍ଡି ଥାନା ଓ ତହସିଲଦାର ନିକଟରେ ଅଭିଯୋଗ ପରେ ଉଭୟ ତହସିଲ ଏବଂ ପୋଲିସ ଉପସ୍ଥିତ ରେ ମଧ୍ୟ ଜାଗା ଚି଼ହ୍ନଟ କରାଯାଇଥିଲା ଜାଗା ଚି଼ହ୍ନଟ ର କିଛିଦିନ ପରେ ମଧ୍ୟ ଜବରଦଖଲକକ୍ଷରି ଜାଗା ନ ଛାଡିବାରୁ ଆଜି ଗ୍ରାମର ଶତାଧିକ ଗ୍ରାମବାସୀଙ୍କ ଉପସ୍ଥିତିରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ପାପଡାହାଣ୍ଡି ତହସିଲଦାର ଜଗେଶ୍ୱର ଭୋଇ, ପାପଡାହାଣ୍ଡି ଥାନା ଅଧିକାରୀ ସୂବେନ୍ଧୁ ଶବର, ରାଜସ୍ବ ନିରକ୍ଷକ, ସୁପେରଭାଇଜେର ଏବଂ ପୁଲିସ ଉପସ୍ଥିତରେ ଜାଗା ଚିହ୍ନଟ କରାଯାଇଥିଲା। ଚିହ୍ନଟ ସମୟରେ ସେହି ସ୍ଥାନରେ ଉତ୍ତେଜନା ଦେଖାଦେଇଥିଲା, ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତରେ ଜବରଦଖଲକାରିକୁ ମନ୍ଦିର ଜାଗା ଛାଡିବାକୁ ତାଗିଦ କରିବା ସହ ନିଜ ଜାଗାରେ ବାନ୍ଧିବାକୁ ନିର୍ଦେଶ ଦେଇଥିଲେ। ଯେଉଁ ପର୍ଯ୍ୟନ୍ତ ମୀମାଂସା ହୋଇନାଇଁ ସେହି ପର୍ଯ୍ୟନ୍ତ ଜବର ଦେଖାଳକକ୍ଷରି କାର୍ଯ୍ୟ ବନ୍ଦ ପାଇଁ ପୁଲିସ ନିର୍ଦେଶ ଦେଇଛି।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories