www.samajalive.in
Tuesday, December 9, 2025
16.1 C
Bhubaneswar

ଏମ୍‌ସ ଭୁବନେଶ୍ୱରରେ ଅତ୍ୟାଧୁନିକ ୩-ଡି ଲାପାରୋସ୍କୋପିକ୍ ପ୍ରକ୍ରିୟା ସମ୍ପର୍କିତ ପର୍ୟ୍ୟବେକ୍ଷଣ କାର୍ଯ୍ୟକ୍ରମ

– ଏମ୍‌ସ ଭୁବନେଶ୍ୱରର ୟୁରୋଲୋଜି ବିଭାଗ ପକ୍ଷରୁ ଏକାଧିକ ଅସ୍ତ୍ରୋପଚାର ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ
– ଦୁଇ ଦିନିଆ କାର୍ଯ୍ୟକ୍ରମରେ ଦେଶର ବହୁ ପ୍ରତିଷ୍ଠିତ ଅନୁଷ୍ଠାନରୁ ଚିକିତ୍ସକ ଏବଂ ଗବେଷକଙ୍କ ଅଂଶଗ୍ରହଣ

ଭୁବନେଶ୍ୱର: ଲାପାରୋସ୍କୋପିକ୍ ୟୁରୋଲୋଜି ସମ୍ପର୍କରେ ଅଧିକ ଜାଣିବା ଏବଂ ଏହାର ବିଭିନ୍ନ ଦିଗ ଉପରେ ଅତ୍ୟାଧୁନିକ ଗବେଷଣାଲବ୍ଧ ତଥ୍ୟ ସମ୍ପର୍କରେ ଅବଗତ ହେବା ନିମନ୍ତେ ଏମ୍‌ସ ଭୁବନେଶ୍ୱରର ୟୁରୋଲୋଜି ବିଭାଗ ପକ୍ଷରୁ ଉନ୍ନତ ୩-ଡି ଲାପାରୋସ୍କୋପିକ୍ ୟୁରୋଲୋଜି ପ୍ରକ୍ରିୟା ସମ୍ପର୍କିତ ପର୍ୟ୍ୟବେକ୍ଷଣ କାର୍ୟ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଭାରତର ଖ୍ୟାତିସମ୍ପନ୍ନ ଅନୁଷ୍ଠାନଗୁଡ଼ିକରୁ ଚିକିତ୍ସକ, ଗବେଷକ, ଅଧ୍ୟାପକ ଏବଂ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଏମ୍‌ସ ଭୁବନେଶ୍ୱର ୟୁରୋଲୋଜି ବିଭାଗ ଅଧ୍ୟାପକମାନଙ୍କ ଦ୍ୱାରା ବିଭିନ୍ନ ଅସ୍ତ୍ରୋପଚାର ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।

- Advertisement -

ଏମ୍‌ସର ଚିକିତ୍ସକଙ୍କ ସହିତ ଦେଶର ବିଭିନ୍ନ ଚିକିତ୍ସା ପ୍ରତିଷ୍ଠାନର ସହକର୍ମୀଙ୍କୁ ଏପରି ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପର୍କରେ ଶିକ୍ଷା ଦେବା ଜରୁରୀ ଅଟେ। ଏହା ଫଳରେ ରୋଗୀମାନେ ଜଟିଳ ରୋଗରେ ଆକ୍ରାନ୍ତ ଥିଲେ ମଧ୍ୟ କଷ୍ଟକର ଏବଂ ବ୍ୟବୟବହୁଳ ଚିକିତ୍ସା ପଦ୍ଧତି ବିନା ସ୍ବଳ୍ପ ସମୟ ମଧ୍ୟରେ ସହଜରେ ଆରୋଗ୍ୟ ଲାଭ ହୋଇପାରିବେ ବୋଲି ଏମ୍‌ସ ଭୁବନେଶ୍ୱରର ୟୁରୋଲୋଜି ବିଭାଗ ମୁଖ୍ୟ ଡ. ପ୍ରଶାନ୍ତ ନାୟକ ପ୍ରକାଶ କରିଛନ୍ତି। ପେସ୍‌ କାର୍ଯ୍ୟକ୍ରମ ଅନ୍ତର୍ଗତ ମେଡଟ୍ରୋନିକ୍ ସଂସ୍ଥା ସହଯୋଗରେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ‌ରେ ଆଧୁନିକ ଜ୍ଞାନକୌଶଳର ଉପଯୋଗ କରି ଏମ୍‌ ଭୁବନେଶ୍ୱର ୟୁରୋଲୋଜି ବିଭାଗର ଡ. ପ୍ରଶାନ୍ତ ନାୟକ, ଡ. ମନୋଜ ଦାସ ଏବଂ ଡ. ସ୍ୱର୍ଣ୍ଣେନ୍ଦୁ ମଣ୍ଡଳ ଏକାଧିକ ଅସ୍ତ୍ରୋପଚାର କରିଥିଲେ। ଯାହାକି ବେଶ୍‌ ଶିକ୍ଷଣୀୟ ହେବା ସହିତ ଅଂଶଗ୍ରହଣକାରୀଙ୍କ ପକ୍ଷରୁ ଉଚ୍ଚପ୍ରଶଂସିତ ହୋଇଥିଲା। ଡ. ଭାସ୍କର ରାଓ, ଡ. ନିତାଶା ରୟଙ୍କୁ ନେଇ ଗଠିତ ଆନାସ୍ଥେସିଆ ଟିମ୍‌ ସହିତ ଅପରେସନ୍ ଥିଏଟରର ନର୍ସିଂ ଏବଂ ବୈଷୟିକ କର୍ମଚାରୀମାନେ ପୂର୍ଣ୍ଣ ସହଯୋଗ ଯୋଗାଇଦେଇଥିଲେ। ଏମ୍‌ସ ଭୁବନେଶ୍ୱର ନିର୍ଦ୍ଦେଶିକା ପ୍ରଫେସର ଡକ୍ଟର ବି.ଗୀତାଞ୍ଜଳି ୟୁରୋଲୋଜି ବିଭାଗର ଏପରି ଉଦ୍ୟମକୁ ପ୍ରଶଂସା କରିବା ସହିତ ଏଭଳି ଶିକ୍ଷଣୀୟ କାର୍ୟ୍ୟକ୍ରମ ରୋଗୀମାନଙ୍କ ପାଇଁ ଅଧିକ ସହାୟକ ହେବବୋଲି ମତବ୍ୟକ୍ତ କରିଛନ୍ତି। ବିଭିନ୍ନ ୟୁରୋଲୋଜିକାଲ୍ ରୋଗରେ ପୀଡିତ ରୋଗୀଙ୍କ ଉନ୍ନତ ଚିକିତ୍ସା ନିମନ୍ତେ ବିଭାଗ ନିୟମିତ ଭାବରେ ଏହିପରି କାର୍ୟ୍ୟକଳାପ ଜାରି ରଖିବ ବୋଲି ଡାକ୍ତର ଗୀତାଞ୍ଜଳି ସୂଚନା ଦେଇଛନ୍ତି।

ଏହି କ୍ଷେତ୍ରରେ ଉନ୍ନତ ଚିକିତ୍ସା ତଥା ଗବେଷଣା ନିମନ୍ତେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଥିବାରୁ ୟୁରୋଲୋଜି ବିଭାଗ ପକ୍ଷରୁ ନିର୍ଦ୍ଦେଶିକା ଡ. ଗୀତାଞ୍ଜଳିଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟଯେ ୟୁରୋଲୋଜି ବିଭାଗ ପକ୍ଷରୁ ନିୟମିତ ଭାବରେ ସମସ୍ତ ଉନ୍ନତ ଲାପାରୋସ୍କୋପିକ୍ ଏବଂ ଅନ୍ୟାନ୍ୟ ସର୍ବନିମ୍ନ କଷ୍ଟକର ଉପାୟ ଅବଲମ୍ବନ ପ୍ରକ୍ରିୟା ଯଥା ରାଡିକାଲ୍ ନେଫେକ୍ଟୋମି, ସାଇଷ୍ଟେକ୍ଟୋମି ଏବଂ ପ୍ରୋଷ୍ଟେଟେକ୍ଟୋମି ଏବଂ ଲାପାରୋସ୍କୋପିକ୍ ପାଇଲୋପ୍ଲାଷ୍ଟୀ, ୟୁରେଟେରିକ୍ ରିମିପ୍ଲାଣ୍ଟେସନ୍ ଏବଂ ଭେସିକୋ-ଭେଜିନାଲ୍ ଫିଜିନାଲାଲ୍ ଫିସ୍ତୁଲା ମରାମତି ପ୍ରକ୍ରିୟା ଜାରି ରହିଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories