ଶିକ୍ଷାନୁଷ୍ଠାନରେ ବିଜେପିର ସଭା ସମିତି ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କଲା ବିଜେଡି
ରେଙ୍ଗାଲିକେମ୍ପ: ଶିକ୍ଷାନୁଷ୍ଠାନରେ ବିଜେପିର ଦଳୀୟ କର୍ମକର୍ତ୍ତାମାନେ ସଭା ସମିତି କରୁଥିବାରୁ ଅତାବିରା ବିଜେଡିର ଦଳୀୟ କର୍ମକର୍ତ୍ତା ଏହାର ପ୍ରତିବାଦ କରିଛନ୍ତି। ଶିକ୍ଷାନୁଷ୍ଠାନରେ ବିଜେପିର ସଭାସମିତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅତାବିରା ବିଜେଡି ପକ୍ଷରୁ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ କାର୍ତ୍ତିକ ବାଗ, ବରଗଡ଼ ଜିଲା ଶିକ୍ଷା ଅଧିକାରୀ ଓ ବରଗଡ଼ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ଅତାବିରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ବିଜେପିର କିଛି କର୍ମକର୍ତ୍ତାମାନେ ସଭା ସମିତି ମାନ କରୁଛନ୍ତି।
ବିଦ୍ୟାଳୟ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୦୧୦/୧୧ ମସିହାରେ ସରକାର ଏକ ନିୟମାବଳୀ ପ୍ରସ୍ତୁତ କରିଥିଲେ, ଯେଉଁଥିରେ ଶିକ୍ଷାନୁଷ୍ଠାନ ଗୁଡିକରେ କୌଣସି ରାଜନୈତିକ ସଭା ସମିତି ବା ଅଣ ଆନୁଷ୍ଠାନିକ କାର୍ଯ୍ୟକ୍ରମ କରାଯିବା ଆଇନ୍ ବିରୋଧୀ ବୋଲି ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିୟମାବଳୀରେ ଦର୍ଶାଯାଇଥିଲା। କିନ୍ତୁ ସରକାରଙ୍କ ସେହି ନିୟମକୁ ଉଲ୍ଲଙ୍ଘନ କରି ବିଜେପି ପକ୍ଷରୁ ଶିକ୍ଷାନୁଷ୍ଠାନରେ ସଭା ସମିତି କରୁଥିବାରୁ ବିଜେଡି ଏହାକୁ ବିରୋଧ କରୁଛି। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅତାବିରା ବିଜେଡି ଦଳୀୟ କର୍ମୀମାନେ ଦାବି କରିଛନ୍ତି। ଏହି ଦାବି ପତ୍ର ପ୍ରଦାନ ବେଳେ ବିଜେଡି ଏନଏସି ସଭାପତି ଯତୀନ କୁମାର ଦାଶ, ଏନଏସି ଯୁବ ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା, ସମ୍ପାଦକ ସତ୍ୟନାରାୟଣ ମିଶ୍ର, କୃଷ୍ଣଦେବ ମହାକୁର, ବଳରାମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।ଯଦି ଏହା ଉପରେ କୌଣସି ଦୃଢ଼ ପଦକ୍ଷେପ ନିଆ ନ ଯିବ ତା ହେଲେ ଆଗାମୀ ଦିନରେ ପରିସ୍ଥିତି ଜଟିଳ ହେବ ବୋଲି ବିଜେଡ଼ି ପକ୍ଷରୁ ଚେତାବନୀ ଦିଆଯାଇଛି।
Comments are closed.