www.samajalive.in
Sunday, December 7, 2025
16.1 C
Bhubaneswar

ଓଡ଼ିଶାରେ ହିନ୍ଦୁସ୍ଥାନ ଇନସେକ୍ଟିସାଇଡର ଦୁଇ ପ୍ରକଳ୍ପ

ନୂଆଦିଲ୍ଲୀ: ହିନ୍ଦୁସ୍ଥାନ ଇନ୍‍ସେକ୍ଟିସାଇଡ ଲିମିଟେଡ ୨ଶହ କୋଟି ଟଙ୍କା ପୁଞ୍ଜି ନିବେଶ କରି ଓଡ଼ିଶାରେ ଦୁଇଟି ପ୍ରକଳ୍ପ ନିର୍ମାଣ କରିବ। ଉଭୟ ପ୍ରକଳ୍ପରେ ଏକ ଶହ କୋଟି ଲେଖାଏଁ ପୁଞ୍ଜି ଲଗାଣର ପ୍ରସ୍ତାବ ରହିଛି। ଗଞ୍ଜାମ ଜିଲାର ହୁମା ଠାରେ ଆଗ୍ରୋ କେମିକାଲ ପ୍ଲାଣ୍ଟ ଏବଂ ପାରାଦ୍ୱିପ ପ୍ଲାଷ୍ଟିକ ପାର୍କରେ ମଶାରି ତିଆରି କାରଖାନା ସ୍ଥାପନ କରାଯିବ ବୋଲି ହିନ୍ଦୁସ୍ଥାନ ଇନ୍‍ସେକ୍ଟିସାଇଡର ସିଏମଡି ଶିବପ୍ରସାଦ ମହାନ୍ତି ସୂଚନା ଦେଇଛନ୍ତି। ମେକ୍‍ ଇନ୍‍ ଓଡ଼ିଶା ସମ୍ମିଳନୀ ପୂର୍ବରୁ ଆଜି ରାଜ୍ୟ ଶିଳ୍ପ ମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ଆଲୋଚନା ପରେ ରାଜ୍ୟରେ ଦୁଇଟି ପ୍ରକଳ୍ପ ସ୍ଥାପନ ପାଇଁ ହିନ୍ଦୁସ୍ଥାନ ଇନ୍‍ସେକ୍ଟିସାଇଡ ପ୍ରସ୍ତୁତ ଅଛି ବୋଲି ସିଏମଡି ଶ୍ରୀ ମହାନ୍ତି କହିଥିଲେ। ହୁମା ପ୍ରକଳ୍ପ ପାଇଁ ଡିଆଇପିପି ତରଫରୁ ୧୮ ଏକର ଜମି ହିନ୍ଦୁସ୍ଥାନ ଇନ୍‍ସେକ୍ଟିସାଇଡକୁ ମିଳିଛି। ସେହିପରି ଦେଶରେ ଏବେ ୬ କୋଟି ଔଷଧ ଯୁକ୍ତ ମଶାରି ଆବଶ୍ୟକତା ରହିଥିବା ବେଳେ ମାତ୍ର ୫୦ ଲକ୍ଷ ମଶାରି ଉତ୍ପାଦନ ହେଉଛି। ଦେଶରେ ମଶାରି ଆବଶ୍ୟକତାକୁ ପୂରଣ କରିବା ପାଇଁ ପାରାଦ୍ୱୀପ ପ୍ଲାଷ୍ଟିକ ପାର୍କରେ ୫୦ଲକ୍ଷ କ୍ଷମତା ବିଶିଷ୍ଟ ମଶାରି ଉତ୍ପାଦନ କାରଖାନା ସ୍ଥାପନ କରାଯିବା ଲକ୍ଷ୍ୟ ରଖାଯାଇଛି ବୋଲି ‘ସମାଜ’କୁ ହିନ୍ଦୁସ୍ଥାନ ଇନ୍‍ସେକ୍ଟିସାଇଟର ସିଏମଡି ଶିବପ୍ରସାଦ ମହାନ୍ତି ସୂଚନା ଦେଇଛନ୍ତି।
ମେକ୍‍ ଇନ୍‍ ଓଡ଼ିଶା ସମ୍ମିଳନୀରେ ଯୋଗ ଦେବା ପାଇଁ ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ପହଞ୍ଚିଛନ୍ତି। ମୁମ୍ବଇ ତୁଳନାରେ ଦିଲ୍ଲୀ ନିବେଶକ ସମ୍ମିଳନୀ ଓ ରୋଡ଼ ଶୋ’ ଅଧିକ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି। ସ୍ଥାନୀୟ ମୌର୍ଯ୍ୟ ସେରାଟନ ହୋଟେଲରେ ଅନୁଷ୍ଠିତ ହେବାକୁ ଥିବା ନିବେଶ ସମ୍ମିଳନୀ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସକାଳେ ରାଜ୍ୟ ଶିଳ୍ପ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଦିଲ୍ଲୀରେ ପହଞ୍ଚି ଶିଳ୍ପୋଦ୍ୟୋଗୀ ଏବଂ ନିବେଶକାରୀଙ୍କ ସହ ଆଲୋଚନା କରି ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ସେମାନଙ୍କୁ ମନେଇବାକୁ ଚେଷ୍ଟା କରିଛନ୍ତି। ରାଜ୍ୟ ଶିଳ୍ପ ମନ୍ତ୍ରୀଙ୍କ ସହ ବୈଠକରେ ଜର୍ମାନ ଦୂତାବାସର ଅର୍ଥନୈତିକ ବିଭାଗ ପ୍ରମୁଖ ଡକ୍ଟର କାରୋଲିନ ସିଲଭା ଗାରବାଡେ, ଆଗସନ ଗ୍ଲୋବାଲ କମ୍ପାନୀର ପରିଚାଳନା ନିର୍ଦେଶକ ଅପ୍ରେସ ଗାର୍ଗ, ହାଇଟେକ୍ସ ପାଇପାସ ଲିମିଟେଡର ନିର୍ଦେଶକ ଅନିଶ ବନସଲ, ଗିନି ଫିଲାମେଣ୍ଟର ସିଏମଡ଼ି ଶିଶିର ଜୟପୁରିଆ, ହିନ୍ଦୁସ୍ଥାନ ଇନ୍‍ସେକ୍ଟିସାଇଟର ସିଏମଡି ଶିବପ୍ରସାଦ ମହାନ୍ତି, ସୂର୍ଯ୍ୟ ରୌସନି ଲିମିଟେଡର ଚିଫ୍‍ ଏକଜିକ୍ୟୁଟିଭ ଅଫିସର ରମଣଜିତ ସିଂ, ମଦରସନ ସୁମିସିଷ୍ଟମର ଦକ୍ଷିଣ ଏସିଆ ମୁଖ୍ୟ ସଞ୍ଜୟ ମେହେଟ୍ଟା, କେଜେଏସ ସିମେଣ୍ଟର ଚିଫ ଏକଜିକ୍ୟୁଟିଭ ଅଫିସର ସୁନୀଲ ଗୁପ୍ତା ଏବଂ ଇଣ୍ଡିଆନ ବେଭେରେଜସ ଆସୋସିଏସନର ପ୍ରତିନିଧି ଯୋଗ ଦେଇ ରାଜ୍ୟରେ ବିଭିନ୍ନ ପ୍ରକଳ୍ପ ପାଇଁ ପୁଞ୍ଜି ବିନିଯୋଗ ପ୍ରସ୍ତାବ ଦେଇଥିଲେ। ୟୁଏସ-ଇଣ୍ଡିଆ ଷ୍ଟ୍ରାଟାଜିକ ପାର୍ଟନରସିପ୍‍ ଫୋରମର ୨୫ ଜଣିଆ ପ୍ରତିନିଧି ଦଳ ରାଜ୍ୟ ଶିଳ୍ପ ମନ୍ତ୍ରୀଙ୍କ ସହ ଏକ ଗୋଲ ଟେବୁଲ ବୈଠକରେ ରାଜ୍ୟରେ ପୁଞ୍ଜି ବିନିଯୋଗ ପ୍ରସଙ୍ଗରେ ଆଲୋଚନା କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories