www.samajalive.in
Monday, December 15, 2025
24.1 C
Bhubaneswar

ବିଜେପି ନେତାଙ୍କ ମାର୍କଣ୍ଡି ମୁହାଣ ପରିଦର୍ଶନ ଓ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ମାର୍କଣ୍ଡି ଠାରେ ଥିବା ବେକ ଓ୍ବାଟର ଓ ସମୁଦ୍ର ସଂଯୋଗ ପଥରେ ସବୁ ଦିନିଆ ମୁହାଣ ବ୍ୟବସ୍ଥା ନ ଥିବାରୁ ମତ୍ସ୍ୟଜୀବୀ ପରିବାରମାନେ ସେମାନଙ୍କ ଡଙ୍ଗା ଓ ଜାଲକୁ ବାତ୍ୟା ତଥା ଅନ୍ୟ ସମୟରେ ସୁରକ୍ଷିତ ଭାବେ ରଖିବାରେ ଅସୁବିଧା ହେଉଛନ୍ତି। ଏହାକୁ ନେଇ ଆଜି ଭାଜପା ଯୁବ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭାଶିଷ ସାହୁଙ୍କ ସମେତ ଏକ ଚାରି ଜଣିଆ ପ୍ରତିନିଧି ଦଳ ମାର୍କଣ୍ଡି ଠାରେ ପହଞ୍ଚି ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କରିଥିଲେ। ଏଥି ସହ ଡଙ୍ଗାରେ ଯାଇ ଅସୁରକ୍ଷିତ ଅବସ୍ଥାରେ ନଦୀ କଡରେ ଥିବା କିଆ ଓ ଝାଉଁ ଗଛରେ ଡଙ୍ଗାକୁ ବାନ୍ଧି ରଖିଥିବା ଏବଂ ଡଙ୍ଗା ଉପରେ ହିଁ ଜାଲକୁ ବାନ୍ଧି ରଖିଥିବା ବୁଲି ଦେଖିଥିଲେ।

ସୂଚନାଯୋଗ୍ୟ ଯେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୯ ରେ ଗୋପାଳପୁର ଓ ମାର୍କଣ୍ଡି ଠାରେ ସବୁଦିନଆ ମୁହାଣ ନିର୍ମାଣ ନିମନ୍ତେ ବିଧାୟକଙ୍କ ପକ୍ଷରୁ ଭିତ୍ତି ପ୍ରସ୍ତର ପ୍ରଦାନ କରାଯାଇଥିଲା। କିନ୍ତୁ ଏହା ମଧ୍ୟରେ ୨ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ଯାଏଁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ। ବିଜେପି ଟିମର ଗସ୍ତ ସମୟରେ ମତ୍ସ୍ୟଜୀବୀମାନେ ମୁହାଣ ନଥିବାରୁ ମାଛ ମାରିବାକୁ ସମୁଦ୍ରକୁ ଯିବାରେ ଅସୁବିଧା ହେଉଥିବା ପ୍ରକାଶ କରିବା ସହ ବାତ୍ୟା ସମୟରେ ଡଙ୍ଗା ଓ ଜାଲକୁ ସୁରକ୍ଷିତ ସ୍ଥାନରେ ରଖିବାରେ ଅସୁବିଧା ହେଉଥିବା ଅଭିଯୋଗ କରିଥିଲେ। ଏହି ଟିମରେ ଅନ୍ୟମାନଙ୍କ ମଧ୍ୟରେ ୫୩ ନଂ ଜୋନ ଯୁବ ମୋର୍ଚ୍ଚା ସଭାପତି ଗୋପିନାଥ ମହାରଣା, ୫୩ ନଂ ଜୋନ ମଣ୍ଡଳ ସଭାପତି ସନତ ନାୟକ ଓ ଯୁବମୋର୍ଚ୍ଚା ଜିଲ୍ଲା ଉପ ସଭାପତି ଜଗନମୋହନ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories