www.samajalive.in
Monday, December 15, 2025
24.1 C
Bhubaneswar

ଟଳିଲା ବାତ୍ୟା ଆତଙ୍କ, ରବିବାର ଗଞ୍ଜାମକୁ ଅରେଞ୍ଜ ୱାର୍ଣ୍ଣିଂ, ଗୋପାଳପୁର ବନ୍ଦରକୁ ୪ନଂ ବିପଦ ସଂକେତ

ଗୋପାଳପୁର : ବଙ୍ଗପୋସାଗରେ ଅବପାତର ରୂପ ନେଇ ବାତ୍ୟା  ଜୱାଦ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ଏହି କ୍ରମରେ ଶନିବାର ମଧ୍ୟ ରାତିରୁ ବର୍ଷା ରହିବା ସହ ରବିବାର ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ତାହା ସହ ଗୋପାଳପୁର ବନ୍ଦରକୁ ୪ନଂ ବିପଦ ସଙ୍କେତ ଦିଆଯାଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଗତକାଲି ରାତିଠାରୁ ଆଜି ଯାଏଁ ଗୋପାଳପୁରରେ ୪୩ ମିଲି ମିଟର ବର୍ଷା ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଶନିବାର ଦିନ ମଧ୍ୟାହ୍ନ ପର୍ଯ୍ୟନ୍ତ ଝିପି ଝିପି ବର୍ଷା ରହିଥିବା ସହ ଅପରାହ୍ନରେ କିଛି ମାତ୍ରାରେ ବର୍ଷାର‌ ପରିମାଣ କମିଥିବା ବେଳେ କୋହଲା ପାଗ ରହିଥିଲା। ପ୍ରଶାସନ ପକ୍ଷରୁ ବାତ୍ୟାର ପ୍ରଭାବକୁ ନଜରରେ ରଖି ୪ ଓ ୫ ତାରିଖ ବେଳାଭୂମିକୁ ପର୍ଯ୍ୟଟକ ଙ୍କୁ ବାରଣ ହୋଇଥିଲେ ମଧ୍ୟ ଆଜି ସନ୍ଧ୍ୟାରେ ବେଳାଭୂମିରେ  ଆଖ ପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବାତ୍ୟା ର‌ ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବା ସହ ଉଚ୍ଚ ଜୁଆର ଉଠୁଥିବା ଦେଖିବାକୁ ମିଳିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories