www.samajalive.in
Saturday, December 13, 2025
23.1 C
Bhubaneswar

ଐଶ୍ବର୍ଯ୍ୟାଙ୍କ ଭାଗ୍ୟ

ପୂର୍ବତନ ବିଶ୍ବସୁନ୍ଦରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ କ୍ୟାରିୟରରେ ଏବେ କଳା ବାଦଲ ଢାଙ୍କି ହୋଇଛି କହିଲେ ଭୁଲ ହେବନାହିଁ। ଚଳଚ୍ଚିତ୍ର ‘ଫନ୍ନେ ଖାନ୍’ର ବିଫଳତା ପରେ ଐଶ୍୍‌ଙ୍କ ବ୍ୟତିବ୍ୟସ୍ତତା ସମସ୍ତେ ଜାଣିଗଲେଣି। ଏଇ କିଛିଦିନ ତଳେ ଐଶ୍‌ଙ୍କ ନଣନ୍ଦ ଶ୍ବେତା ବଚ୍ଚନ ମୁମ୍ବଇରେ ନିଜ ବ୍ରାଣ୍ଡରେ ଏକ ଶୋ’ରୁମ୍ ଖୋଲିଛନ୍ତି। ପୂରା ବଚ୍ଚନ ପରିବାର ସେଠାରେ ଉପସ୍ଥିତ ଥିଲେ। ଝିଅ ଶ୍ବେତାର ଏଇ ପଦକ୍ଷେପରେ ବାପା ଅମିତାଭ ବଚ୍ଚନ ଓ ମା ଜୟା ବଚ୍ଚନ ଖୁବ୍ ଖୁସି ଥିଲେ। ଯଦିଓ ଐଶ୍ ସ୍ବାମୀ ଅଭିଷେକ ବଚ୍ଚନଙ୍କ ସହ ସେଠାକୁ ଯାଇଥିଲେ, କିନ୍ତୁ ଆଦୌ ଖୁସିନଥିଲେ। କାରଣ ଶ୍ବେତା ମୁଖ୍ୟ ଅତିଥି ଭାବେ କରିସ୍ମା କପୁରଙ୍କୁ ନିମନ୍ତ୍ରିତ କରିଥିଲେ। ଅଭିଷେକଙ୍କ ପୂର୍ବତନ ପ୍ରେମିକାଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ କରିବା ଐଶ୍‌ଙ୍କ ପକ୍ଷେ ଏତେ ସହଜ ପରିସ୍ଥିତି ନ ଥିଲା। ଅମିତାଭ ଏଭଳି ସ୍ଥିତିରେ ନା ଝିଅକୁ ନା ବୋହୂକୁ ବୁଝାଇ ପାରୁଥିଲେ। ଅନ୍ୟ ପାଖେ ଐଶ୍‌ଙ୍କ ଆଗାମୀ ଚଳଚ୍ଚିତ୍ର ‘ଗୁଲାବ ଜାମୁନ୍‌’କୁ ନେଇ ମଧ୍ୟ ସ୍ଥିତି ସମ୍ପୂର୍ଣ୍ଣ ଟଳମଳ। ଅନୁରାଗ କଶ୍ୟପ ଏବେ ଐଶ୍‌ଙ୍କୁ ନେବେ କି ନାହିଁ ଏହି ଚଳଚ୍ଚିତ୍ରରେ, ତାହା ଜଣାପଡ଼ୁନାହିଁ। ଯାହା ଦେଖାଯାଉଛି, ଐଶ୍‌ ଏଥରକ ନିର୍ଦେଶନା କ୍ଷେତ୍ରକୁ ଓହ୍ଲାଇବା ଥୟ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories