www.samajalive.in
Wednesday, December 10, 2025
14.1 C
Bhubaneswar

ବଜ୍ରାଘାତରେ ଜଣେ ମହିଳା ମୃତ, ୨ ମହିଳା ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଚାକୁଣ୍ଡାପାଳ ପଞ୍ଚାୟତ ଜହ୍ନେଇପଶିଠାରେ ଚାଷଜମିରେ କାମ କରୁଥିବା ସମୟରେ ବଜ୍ରାଘାତ ହେବାରୁ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ୨ଜଣ ମହିଳାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ଖବର ଅନୁସାରେ, ମଙ୍ଗଳବାର ଅପରାହ୍ନ ୩ଟା ସମୟରେ କେନ୍ଦେଇପଶି ନିକଟସ୍ଥ ଜହ୍ନେଇପଶିଠାରେ ପ୍ରଦୀପ ନାଏକଙ୍କ ଚାଷଜମିରେ କିଛି ମହିଳା କାମ କରୁଥିବା ସମୟରେ ହଠାତ୍ ବର୍ଷା ହେବା ସହିତ ବଜ୍ରାଘାତ ହୋଇଥିଲା। ବଜ୍ରାଘାତରେ ବିଲରେ କାମ କରୁଥିବା ଜହ୍ନେଇପଶି ଗ୍ରାମର ଧନେଶ୍ୱର ନାଏକଙ୍କ ସ୍ତ୍ରୀ ପପିତା ନାଏକ(୨୮)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇ ଥିବା ବେଳେ ପ୍ରଦୀପ ନାଏକଙ୍କ ସ୍ତ୍ରୀ ରେଣୁକା ନାଏକ(୫୦) ଏବଂ ରଙ୍ଗାଧର ନାଏକଙ୍କ ସ୍ତ୍ରୀ ମମତା ନାଏକ(୪୫)ଙ୍କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏହି ଘଟଣା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିବାରେ ବିଳମ୍ବ କାରଣରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ମୃତ ଓ ଗୁରୁତର ମହିଳା ଶ୍ରମିକମାନେ ବିପିଏଲ୍ ଓ ଆଦିବାସୀବର୍ଗର ହୋଇଥିବା କାରଣରୁ ମୃତକଙ୍କର କ୍ଷତିପୂରଣ ଏବଂ ଆହତମାନଙ୍କର ଚିକିତ୍ସା ଖର୍ଚ୍ଚ ଜିଲା ପ୍ରଶାସନ ବହନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି ଜଣାଇଛନ୍ତି। ଖବରପାଇ ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମୃତ ମହିଳାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories