www.samajalive.in
Thursday, December 11, 2025
26.1 C
Bhubaneswar

ହାର୍ଡକୋର ମାଓବାଦୀର ଆତ୍ମସମର୍ପଣ

ରାଞ୍ଚି : ଝାଡ଼ଖଣ୍ଡ ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁସାରେ ମଙ୍ଗଳବାର ଖୁଣ୍ଟି ପୁଲିସ୍‍ ନିକଟରେ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷିତ ହାର୍ଡକୋର ମାଓବାଦୀ ତଥା ଏରିଆ କମାଣ୍ଡର ମହେନ୍ଦ୍ର ମୁଣ୍ଡା ଆତ୍ମସମର୍ପଣ କରିଛି। ମହେନ୍ଦ୍ର ମୁଣ୍ଡାଙ୍କ ନାମରେ ବିଭିନ୍ନ ଥାନାରେ ହତ୍ୟା, ପୋଡ଼ାଜଳା, ବଳପୂର୍ବକ ବଟି ଆଦାୟ, ବିସ୍ଫୋରଣରେ ସ୍କୁଲ ଗୃହ ଉଡ଼ାଇଦେବା ଆଦି ଅପରାଧର ମାମଲା ରହିଛି। ପୁଲିସ୍‍ ଆରକ୍ଷୀ ଅଧୀକ୍ଷକ (ଏସ୍‍ପି) କାର୍ଯ୍ୟାଳୟରେ ଆୟୋଜିତ ଏକ ସମାରୋହରେ ମହେନ୍ଦ୍ର ନିଜ ଅସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି। ରାଞ୍ଚି ପୁଲିସ୍‍ ଡିଆଇଜି ଅମୋଲ ବେଣୁକାନ୍ତ ହୋମକର ମହେନ୍ଦ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ତାଙ୍କୁ ଆତ୍ମସମର୍ପଣ ପରେ ୨ ଲକ୍ଷ ଟଙ୍କାର ଚେକ୍‍ ପ୍ରଦାନ କରାଯାଇଛି। ଆଗକୁ ଆଉ କେତେକ ମାଓବାଦୀ ଆତ୍ମସମର୍ପଣ କରିବେ ବୋଲି ଝାଡ଼ଖଣ୍ଡ ପୁଲିସ୍‍ ସୂଚନା ଦେଇଛି। ଝାଡ଼ଖଣ୍ଡ ଏସ୍‍ପି ଅଶ୍ୱିନ୍‍ କୁମାର ସିହ୍ନା କହିଛନ୍ତି ଯେ କେତେକ ମାଓବାଦୀ ଏବଂ ମାଓବାଦୀଙ୍କ ପରିବାର ପୁଲିସ୍‍ ସହ ସମ୍ପର୍କରେ ଅଛନ୍ତି। ଖୁବଶୀଘ୍ର କେତେକ ମାଓବାଦୀ ଆତ୍ମସମର୍ପଣ କରିବେ। ଆତ୍ମସମର୍ପଣ ପରେ ମନ୍ଦେନ୍ଦ୍ର ମୁଣ୍ଡା କହିଛି ଯେ ସେ ଜଙ୍ଗଲରେ ବୁଲି ବୁଲି ନୟାନ୍ତ ହୋଇପଡ଼ିଥିଲେ। ଏବେ ସେ ମୁଖ୍ୟ ଧାରାକୁ ଆସି ବହୁତ ଖୁସି ଓ ଆଗକୁ ସେ ଝାଡ଼ଖଣ୍ଡର ସେବା କରିବେ।

Hot this week

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

Related Articles

Popular Categories