www.samajalive.in
Monday, December 15, 2025
24.1 C
Bhubaneswar

ନାସା ଜାରି କଲା ଆନ୍ତର୍ଜାତିକ ମହାକାଶ ଷ୍ଟେସନର ଫଟୋଚିତ୍ର

ୱାଶିଂଟନ: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ସଂପ୍ରତି ମହାକାଶରେ ଅବସ୍ଥାପିତ ଆନ୍ତର୍ଜାତିକ ମହାକାଶ ଷ୍ଟେସନ (ଆଇଏସଏସ)ର ତାଜା ଫଟୋଚିତ୍ର ଜାରି କରିଛି । ସ୍ପେଶଏକ୍ସ ମହାକାଶଯାନର ମହାକାଶଯାତ୍ରୀ ଥୋମାନ ପ୍ରେସକ୍ୱେଟ ତାଙ୍କର ନିକନ ଡି୫ ଡିଏସଏଲଆର କ୍ୟାମେରା ବ୍ୟବହାର କରି ଏହି ଫଟୋଚିତ୍ର ଉତ୍ତୋଳନ କରିଛନ୍ତି । ଉକ୍ତ କ୍ୟାମେରା ବ୍ୟବହାର କରି ସେ ପୂର୍ବରୁ ପୃଥିବୀ ପୃଷ୍ଠର ମଧ୍ୟ ଅନେକ ଚିତ୍ର ଉତ୍ତୋଳନ କରିସାରିଛନ୍ତି । ବିଭିନ୍ନ କୋଣରୁ ସେ ଆଇଏସଏସର ଫଟୋ ଉଠାଇଛନ୍ତି । ସୂଚନାଯୋଗ୍ୟ ଯେ ଆଇଏସଏସ ଭୂପୃଷ୍ଠରୁ ୪୦୦ କିଲୋମିଟର ଉପରେ ମହାକାଶରେ ଅବସ୍ଥାପିତ ହୋଇଛି । ଏହା ଘଣ୍ଟାକୁ ୧୭,୫୦୦ ମାଇଲ ବେଗରେ ଗତି କରିବା ସହିତ ପ୍ରତି ୯୦ ମିନିଟରେ ପୃଥିବୀକୁ ପ୍ରଦକ୍ଷିଣ କରୁଛି । ଏହି ମହାକାଶ ଷ୍ଟେସନର ଉଚ୍ଚତା ୩୩୬ ଫୁଟ ଅଥବା ୧୦୯ ମିଟର ବୋଲି ନାସା ସୂତ୍ରରୁ ଜଣାଯାଇଛି । ଏହା ଦୁଇ ଦଶନ୍ଧିରୁ ଅଧିକ କାଳ ପୂର୍ବେ ପ୍ରଥମ କରି କାର୍ଯ୍ୟାରମ୍ଭ କରିଥିଲା । ଏହା ମହାକାଶର ଲାବୋରେଟୋରୀ ଭାବରେ କାର୍ଯ୍ୟ କରୁଛି, ଯେଉଁଠି ବିଭିନ୍ନ ରାଷ୍ଟ୍ରର ମହାକାଶଚାରୀ ରହି ଭିନ୍ନ ଭିନ୍ନ ବୈଜ୍ଞାନିକ ଗବେଷଣା ଜାରି ରଖିଛନ୍ତି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories