ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ ପ୍ରତିଯୋଗିତା, ତ୍ରିବେଣୀ ଆର୍ଥମୁଭର୍ସ ଚମ୍ପିୟାନ
ପାଟଣା:ଢେଙ୍କିକୋଟ ନିକଟସ୍ଥ ସାନ୍ତରାପୁର ଠାରେ ୟଙ୍ଗଷ୍ଟାର ଯୁବକ ସଂଘ ପକ୍ଷରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ ପ୍ରତିଯୋଗିତାରେ ତ୍ରିବେଣୀ ଆର୍ଥମୁଭର୍ସ ଚମ୍ପିୟାନ ହୋଇଥିବା ବେଳେ ଓଡ଼ିଶା ପୁଲିସ ଦଳକୁ ରନର୍ସ ଅପ ହେବାକୁ ପଡ଼ିଛି। ପ୍ରବଳ ପ୍ରତିଦ୍ବନ୍ଦ୍ବିତା ମଧ୍ୟରେ ଉଭୟ ଦଳ ରୋମାଞ୍ଚକର ଖେଳ ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାରେ କେନ୍ଦୁଝର ଜିଲାର ତ୍ରିବେଣୀ ଆର୍ଥମୁଭର୍ସ, ପଣ୍ଡୁଆ, ମୟୁରଭଞ୍ଜ ଜିଲା ବାରିପଦାର ମୁସ୍କାନ, ବାଲେଶ୍ୱରର ଭୋଗରାଇ ଏବଂ ଓଡିଶା ପୁଲିସ ଭଲି ଦଳ ଏଥିରେ ଅଂଶଗ୍ରହଣ କରିଥିଲେ। ଜାତୀୟ ରେଫରି ନିରଞ୍ଜନ ନାୟକ, କଳାକର ସାମଲ ସମେତ ରାଜ୍ୟସ୍ତରୀୟ ରେଫରି ସୁଶାନ୍ତ ଗୌଡ଼, ଗଗନବିହାରୀ ପରିଡା, କୁମାର ରଞ୍ଜନ ମଲ୍ଲିକ, ମାନସ ମହାନ୍ତ ଖେଳ ପରିଚାଳନା କରିଥିଲେ। ରାଜ୍ୟସ୍ତରୀୟ ହିନ୍ଦି ଉଦଘୋଷକ ସୁରେଶ ସାଣ୍ଡିଲ ଏବଂ ଓଡ଼ିଆ ରେ ନୀଳମଣୀ ମଣ୍ଡଳ ଧାରା ବିବରଣୀ ଦେଇଥିଲେ। ଗଣନାକାର ଭାବେ କାହ୍ନୁଚରଣ ସାମଲ ଓ ସେକ ବେଲାଲ ଆୟୋଜିତ ସଭା ପରିଚାଳନା କରିଥିଲେ। ଯୁବକ ସଂଘର ସଭାପତି ସେକ ଟିପୁସୁଲତାନ ବାର୍ଷିକ ବିବରାଣୀ ପାଠ କରିଥିଲେ। ସଂଘର ସମ୍ପାଦକ ଏମ.ଡି ସାଦିକ ଏଠାରେ ଉପସ୍ଥିତ ଥିଲେ। ଖେଳ ରାତି ଗୋଟାଏ ବେଳେ ସରିଥିବା ବେଳେ ଫାଇନାଲ ଖେଳ ଓଡିଶା ପୁଲିସ ଓ ତ୍ରିବେଣୀ ଆର୍ଥମୁଭର୍ସ ସହ ହୋଇଥିଲା।
ଏଥିରେ ତ୍ରିବେଣୀ ଆର୍ଥମୁଭର୍ସ ଓଡିଶା ପୁଲିସ ଟିମକୁ ୨/୫ ସେଟରେ ହରାଇ ଚମ୍ପିଆନ ହୋଇଥିବା ବେଳେ ଓଡିଶା ପୁଲିସ ରନର୍ସଅପ ହୋଇଥିଲା। ଏହି ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ସହ ସମ୍ମାନୀତ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ଓକିଲ ସଂଘ ର ସଭାପତି ଆଶିଷ ଚକ୍ରବର୍ତ୍ତି, ଜିଲା ଯୁବ ବିଜେଡ଼ି ଉପସଭାପତି ଏସ କେ ଇମରାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ କୁମାର ସାହୁ ଜିଲ୍ଲା ଟ୍ରକ ମାଲିକ ସଂଘର ସଭାପତି ରମାକାନ୍ତ ନାୟକ, ସମ୍ପାଦକ ସୂର୍ୟ୍ୟନାରାୟଣ କର ସହ ସମ୍ପାଦକ ଦେବୁ ପଟ୍ଟନାୟକ, ଢେଙ୍କିକୋଟ ଇବି ସଦସ୍ୟ ବିଜୟ କୁମାର ସାହୁ, ଘସିପୁରା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଯୁବକ ସଂଘ ତରଫରୁ ଖେଳରେ ସହଯୋଗ ଓ ଖେଳ ପରିଚାଳନା ସୁଚାରୁରୂପେ କରିଥିବାରୁ ସମସ୍ତ ରେଫରି ସମେତ ସାମ୍ବାଦିକ ନୀଳମଣି ମଣ୍ଡଳ ଓ ଓଷ୍ଟାର ସମ୍ପାଦକ କାହ୍ନୁଚରଣ ସାମଲଙ୍କୁ ଉପଢୌକନ ଦେଇ ସନ୍ମାନିତ କରିଥିବା ବେଳେ ଚମ୍ପିୟାନ ଦଳକୁ ପୁରସ୍କାର ରାଶି ସହ ନଗଦ ୧୫ ହଜାର ଟଙ୍କା ସହ ଟ୍ରଫି ଓ ରନର୍ସଅପ ଦଳକୁ ୧୦ ହଜାର ଟଙ୍କା ସହ ସାନ ଟ୍ରଫି ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଛି।
Comments are closed.