‘ପୂର୍ବ ଭାରତରେ ଗୁଣାତ୍ମକ ଶିକ୍ଷାର ବିକାଶ: ଗଣମାଧ୍ୟମର ମୂଲ୍ୟବୋଧ ଏବଂ ସାମାଜିକ ନ୍ୟାୟ” ଶୀର୍ଷକ ଆଲୋଚନାଚକ୍ର
ଭୁବନେଶ୍ବର: ୟୁନେସ୍କୋ ଏବଂ ଡବ୍ଲ୍ୟୁଜେଇସିର ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନ ବିଭାଗରେ ଡିସେମ୍ବର ୧ ପୂର୍ବାହ୍ନ ୧୦.୩୦ରେ ଏକ ଅନ୍-ଲାଇନ୍ ଗୋଲ୍-ଟେବୁଲ୍ ବୈଠକ ଆୟୋଜନ କରାଯାଇଛି। ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ପୌରହିତ୍ୟରେ ଆୟୋଜିତ ହେବାକୁ ଥିବା ଏହି ଆଲୋଚନାଚକ୍ରରେ ଡ. ଅଭୟ କୁମାର ନାୟକ ନିଜର ଅଭିଭାଷଣ ପ୍ରଦାନ ପାଇଁ ସମ୍ମତି ପ୍ରକାଶ କରିଛନ୍ତି।
ଏହି ଅବସରରେ ‘ପୂର୍ବ ଭାରତରେ ଗୁଣାତ୍ମକ ଶିକ୍ଷାର ବିକାଶ: ଗଣମାଧ୍ୟମର ମୂଲ୍ୟବୋଧ ଏବଂ ସାମାଜିକ ନ୍ୟାୟ” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ୟୁନେସ୍କୋର ସହାୟତାରେ ପ୍ରତିବର୍ଷ ବିଭିନ୍ନ ଦେଶରେ ଏପରି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି ଆଲୋଚନା ଚକ୍ରକୁ ପରିଚାଳନା କରିବେ ସଂଯୋଜିକା ଡ. ତନୟା ମହାନ୍ତି ଏବଂ ସହକାରୀ ସଂଯୋଜିକା ସସ୍ମିତା ସୋରେନ। ଉତ୍କଳ ବିଶ୍ବବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗ ମୁଖ୍ୟ ଡ. ରବୀନ୍ଦ୍ର ଗରଡ଼ାଙ୍କ ସମେତ ଡ. ରୋମା ରାନୁ ଦାସ୍, ପ୍ରଫେସର୍ ନବନୀତା ରଥ, ଓ ବିଷ୍ଣୁପ୍ରସାଦ ମହାପାତ୍ର ପ୍ରମୁଖ ସାଂଗଠନିକ କମିଟିର ସଦସ୍ୟ ଏହି ଆଲୋଚନାରେ ଉପସ୍ଥିତ ରହିବେ।
ଉତ୍କଳ ବିଶ୍ବବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ, ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ପ୍ରଫେସର୍ ମୈତ୍ରୟୀ ଚୌଧୁରି, ଜାମିଆ ବିଶ୍ୱବିଦ୍ୟାଳୟ ପ୍ରଫେସର ବିଶ୍ୱଜିତ ଦାସ, ବରିଷ୍ଠ ସାମ୍ବାଦିକ ସଂପଦ ମାହାପାତ୍ର, ଭାରତୀୟ ଜନସଞ୍ଚାର ସଂସ୍ଥାନ ନିର୍ଦେଶକ ପ୍ରଫେସର ମୃଣାଳ ଚାଟ୍ଟାର୍ଜୀ, ପ୍ରଫେସର୍ ସୁନେତ୍ରା ସେନ ନାରାୟଣ, ସଂଜୀବ ମିଶ୍ର, କସ୍ତୁରୀ ରାୟ, ପ୍ରାନ୍ତ ପ୍ରତୀକ ପଟନାୟକ, ବିଦୁ ଭୁଷଣ ଦାଶ, ଜୟନ୍ତି ବୁରୁଡା ପ୍ରମୁଖ ବହୁ ବିଶିଷ୍ଟ ସାମ୍ବାଦିକ ଓ ଗବେଷକ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ।
Comments are closed.