ସାମ୍ସରେ ବୈଷୟିକ ତୃଟି: ୧୨ହଜାର ଟଙ୍କା ଫି ଦାଖଲ ପରେ ବି ନାମଲେଖା ଲେଖାଇ ପାରିଲେନି ୨ ଛାତ୍ରୀ

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଆଜି ଆଇଆର ଆଣ୍ଡପିଏମ ବିଭାଗରେ ନାମ ଲେଖାଇବାକୁ ଆସି ଦୁଇ ଛାତ୍ରୀ ହଟହଟା ହୋଇଥିବା ଜଣାପଡିଛି। ନାମଲେଖା ପାଇଁ ସୁଯୋଗ ପାଇନଥିବା ଦୁଇ ଛାତ୍ରୀ କହିଥିଲେ ଯେ ସ୍ପଟ୍ ନାମଲେଖା ପାଇଁ ସେମାନେ ବିଶ୍ବବିଦ୍ୟାଳୟରେ ଡକ୍ୟୁମେଣ୍ଟ ଯାଞ୍ଚ କରିଥିଲେ। ନାମଲେଖା ଫି ୧୨ ହାଜରରୁ ଊର୍ଦ୍ଧ ଟଙ୍କା ପୈଠ କରି ଆଡମିଟ୍ କାର୍ଡ ଡାଉନଲୋଡ କରିଥିଲେ। ଆଜି ନାମଲେଖା ପାଇଁ ବିଶ୍ବବିଦ୍ୟାଳୟକୁ ଆସିଥିଲୁ। କିନ୍ତୁ ଆଇଆର ଆଣ୍ଡ ପିଏମ୍‌ ବିଭାଗୀୟ ମୁଖ୍ୟ ଆମକୁ ନାମ ଲେଖାଇବା ପାଇଁ ମନା କରିଦେଇଥିଲେ। ତେବେ ନାମଲେଖା ଫି ଦାଖଲ ପରେ ଆଇଆର ଆଣ୍ଡ ପିଏମ୍‌ ବିଭାଗ ମୁଖ୍ୟ ସାମ୍ସର ବୈଷୟିତ ତୃଟିକୁ ସଫେଇ ଦେଇଛନ୍ତି। ସାମ୍ସର ବୈଷୟିକ ତୃଟି ଯୋଗୁକୁ କିଏ ସୁଧାରିବ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି।

 

prayash

ସୂଚନା ଅନୁସାରେ ବିଶ୍ବବିଦ୍ୟାଳୟରେ ସ୍ପଟ୍ ନାମଲେଖା ଚାଲିଥିବା ବେଳେ ଆଇଆର ଆଣ୍ଡପିଏମ ବିଭାଗରେ ନାମ ଲେଖାଇବା ପାଇଁ ସାମ୍ସ ପକ୍ଷରୁ ଇଣ୍ଟିମେସିନ ପାଇ ଥିଲେ। କିନ୍ତୁ ସେମାନଙ୍କୁ ନାମ ଲେଖାଇବା ପାଇଁ ଆଇଆର ଆଣ୍ଡପିଏମ ବିଭାଗ ପକ୍ଷରୁ ମନା କରାଯାଇଥିଲା। ଫଳରେ ନାମଲେଖାଇବାକୁ ଆସିଥିବା ଦୁଇ ଛାତ୍ରୀଙ୍କ ଅସୋନ୍ତୋଷ ପ୍ରକାଶ କରିଥିଲେ। ଏ ନେଇ ଆଇଆର ଆଣ୍ଡ ପିଏମ ବିଭାଗ ମୁଖ୍ୟ ପ୍ରଫେସର ବିଭୂତି ଭୂଷଣ ମହାପାତ୍ର କହିଥିଲେ ଯେ ବୈଷୟିକ ତୃଟି ଯୋଗୁଁ ଦୁଇ ଛାତ୍ରୀଙ୍କ ନାମଲେଖା ହୋଇ ପାରିନାହିଁ। ତେବେ ଏହି ଦୁଇ ଛାତ୍ରୀଙ୍କ ସମସ୍ୟା ତୁରନ୍ତ ସମାଧାନ କରାଯିବ ବୋଲି କହିଥିଲେ।

kalyan agarbati

Comments are closed.