www.samajalive.in
Sunday, December 7, 2025
14.1 C
Bhubaneswar

ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି ବୀରନରସିଂପୁର-କରଡ଼ି ରାସ୍ତା, ପ୍ରତିକାର ପାଇଁ ଦାବି

ବୌଦ୍ଧ : ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୀରନରସିଂପୁର ଜାତୀୟ ରାଜପଥ ୫୭ରୁ କରଡ଼ି ଗ୍ରାମକୁ ଯିବା ପାଇଁ ଏକ ନିତିଦିନିଆ ରାସ୍ତା ରହିଛି, ଏହି ରାସ୍ତା ଦେଇ ମହାକୁଡ଼ ପାଲି, ମହୁଲ ବୁରି, ଡୁମୁରି ମୁଣ୍ଡା ହୋଇ କରଡ଼ି ଗ୍ରାମକୁ ଯିବା ଆସିବା ଚାଲିଛି। ଆଜକୁ ଦୀର୍ଘ କୋଡିଏ ବର୍ଷ ହେଲାଣି, ଏହି ରାସ୍ତା ପାଇଁ କୌଣସି ଉନ୍ନୟନ ପଦକ୍ଷେପ ଗ୍ରହଣ କରା ଯାଉ ନାହିଁ, ଫଳରେ ଦିନକୁ ଦିନ ରାସ୍ତାର ଅବସ୍ଥା ଶୋଚନୀୟ ହେବାରେ ଲାଗିଛି ଏବଂ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି। ଉପରୋକ୍ତ ଗ୍ରାମ ଗୁଡିକର ଲୋକ ମାନଙ୍କ ପାଇଁ ଏହି ରାସ୍ତା ଜୀବନ ରେଖା ଭାବେ କାର୍ଯ୍ୟ କରୁ ଥିବାବେଳେ କରଡ଼ି ଗ୍ରାମରେ ଅବସ୍ଥିତ ଐତିହାସିକ ଶୈବ ପୀଠ ଶ୍ରୀ ଚମ୍ପେଶ୍ୱର ବାବା ଙ୍କୁ ଦର୍ଶନ ପାଇଁ ମଧ୍ୟ ଏହି ରାସ୍ତା ଦେଇ ଯିବାକୁ ହୋଇ ଥାଏ। ଏହି ରାସ୍ତା ଉପରେ ନିର୍ଭରଶୀଳ ଗ୍ରାମ ସମୂହରୁ ସହସ୍ରାଧିକ ଲୋକଙ୍କ ସ୍ଵାକ୍ଷର ସମ୍ବଳିତ ଏକ ଦାବୀ ପତ୍ର ଜିଲ୍ଲାପାଳ ଙ୍କ ଅନୁପସ୍ଥିତ ରେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯିବା ସହ ଆଗାମୀ ୭ ଦିନ ଭିତରେ ଏହି ରାସ୍ତାର ନବୀକରଣ କରିବା ପାଇଁ ଦାବୀ ଜଣାଇଥିବା ଜଣାଯାଏ।

 

- Advertisement -

ଲୋକଙ୍କ କଥାକୁ ପ୍ରଶାସନ ଗୁରୁତ୍ୱ ନ ଦେଲେ ଆଗାମୀ ଦିନରେ କଂଗ୍ରେସ ଦଳ ତରଫରୁ ହାଲ୍ଲାବୋଲ କରାଯିବା ସହ ଗଣଧାରଣା ଦିଆଯିବ ବୋଲି ନିବେଦନ ପତ୍ରରେ ଉଲ୍ଲେଖ ରହିଛି। ଆହୁରି ମଧ୍ୟ ଅଭିଯୋଗ କରି ନିବେଦନ ପତ୍ରରେ ଦର୍ଶା ଯାଇଛି ଯେ ଦୀର୍ଘ ବର୍ଷରୁ ଶୁଣିବାକୁ ମିଳେ ଆରଡି ବିଭାଗକୁ ଏହି ରାସ୍ତା ହସ୍ତାନ୍ତର ହେବା ସହ ରାସ୍ତାର ନବୀକରଣ ହେବା ନିମିତ୍ତ ଟେଣ୍ଡର ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ବାସ୍ତବତା ଦେଖିବାକୁ ମିଳୁ ନାହିଁ, ତୁରନ୍ତ ଏହି ରାସ୍ତା ଉପରେ ପ୍ରଶାସନ ଦୃଷ୍ଟି ଦେଇ କାର୍ଯ୍ୟାରମ୍ଭ କରିବାକୁ ଅନୁରୋଧ ଜଣାଇ ବୌଦ୍ଧ ଜିଲ୍ଲା କଂଗ୍ରେସ ର ଦଳିତ ସେଲ ସଂଯୋଜକ ବୈଦ୍ୟନାଥ ମହାନନ୍ଦିଆ ଏବଂ ହରଭଙ୍ଗା ବ୍ଲକ କଂଗ୍ରେସ ସଭାପତି ପଙ୍କଜ କୁମାର କର୍ଣ୍ଣଙ୍କ ସମେତ ଆରଜିପିଆରଏସ ସଭାପତି ସମରେନ୍ଦ୍ର ମହାକୁଡ଼, ପୌଲସ୍ତି ପ୍ରଧାନ ପ୍ରମୁଖ ଦାବୀ ପତ୍ର ପ୍ରଦାନ କରି ଥିବା ଜଣାଯାଏ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories