www.samajalive.in
Monday, December 15, 2025
24.1 C
Bhubaneswar

ଆସନ୍ତାକାଲି ଠାରୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ

କାନପୁର :  ଟି-ଟ୍ୱେଣ୍ଟି ସିରିଜରେ ନ୍ୟୁଜିଲାଣ୍ଡକୁ ୩-୦ରେ ପରାସ୍ତ କରିବା ପରେ ଟିମ୍‍ ଇଣ୍ଡିଆ ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବାକୁ ଯାଉଛି । ପ୍ରଥମ ଟେଷ୍ଟ ମ୍ୟାଚ୍‍ ଆସନ୍ତାକାଲି ଗୁରୁବାର କାନ୍‍ପୁର ଗ୍ରୀନ୍‍ ପାର୍କ ଷ୍ଟାଡିୟମରେ ଖେଳାଯିବ । ନ୍ୟୁଜିଲାଣ୍ଡ ପୂର୍ବରୁ କେବେ ଭାରତରେ ଟେଷ୍ଟ ଶୃଙ୍ଖଳା ଜିତି ନାହିଁ । କେ.ଏଲ୍‍. ରାହୁଲ୍‍ ଆହତ ହୋଇଥିବାରୁ ତାଙ୍କୁ ଦୁଇଟି ଯାକ ଟେଷ୍ଟରୁ ବାଦ୍‍ ଦିଆଯାଇଛି । ରାହୁଲଙ୍କ ଅନୁପସ୍ଥିତି ଭାରତୀୟ ଟିମ୍‍ ପାଇଁ ଏକ ବଡ଼ ବିପର୍ଯ୍ୟୟ ଭାବେ ବିବେଚନା କରାଯାଉଛି । ରୋହିତ ଶର୍ମା ଓ ବିରାଟ୍‍ କୋହଲି ମଧ୍ୟ ଏହି ଟେଷ୍ଟ ମ୍ୟାଚରେ ଖେଳୁ ନାହାନ୍ତି । ବିରାଟ କୋହଲି ମୁମ୍ବାଇରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟରେ ଖେଳିବାକୁ ଥିବାବେଳେ ରୋହିତ ଶର୍ମା ଦୁଇଟି ଯାକ ଟେଷ୍ଟ ଖେଳୁ ନାହାନ୍ତି ।

ବିସିସିଆଇରୁ ମିଳିଥିବା ସୂଚନା ଅନୁସାରେ ଅଜିଙ୍କ୍ୟ ରାହାଣେ ଦଳର ଅଧିନାୟକ ଦ୍ବାୟିତ୍ବ ତୁଲାଇବେ। ଦଳର ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ମୟଙ୍କ ଅଗ୍ରୱାଲ୍‍, ଚେତେଶ୍ୱର ପୂଜାରା, ସୁବ୍‍ମନ ଗିଲ୍‍, ଶ୍ରେୟସ୍‍ ଆୟର୍‍, ସୂର୍ଯ୍ୟ କୁମାର ଯାଦବ, ରିଦ୍ଦିମାନ୍‍ ଶାହା, କେ.ଏସ୍‍. ଭାରତ, ରବୀନ୍ଦ୍ର ଜାଡେଜା, ଆର୍‍. ଅଶ୍ୱିନୀ, ଅକ୍ସର୍‍ ପଟେଲ୍‍, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସିରାଜ୍‍, ପ୍ରସିଦ୍ଧ କ୍ରୀଷ୍ଣା ଅଛନ୍ତି ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories