ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ବିଜେଡିର ବ୍ଲକ ଘେରାଉ

ହରଭଙ୍ଗା : ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ବୁଧୁବାର ବିଜେଡି ପକ୍ଷରୁ ହରଭଙ୍ଗା ବ୍ଲକ ଘେରାଉ କରାଯାଇଥିଲା । ଚାରିଛକ କାଠଡିପୋଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା ସହ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଶୋଭାଯାତ୍ରା ବ୍ଲକ ସମ୍ମୁଖରେ ପଂହଚିଥିଲା । କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବ୍ଲକ ସମ୍ମୁଖରେ ଏକ ବିକ୍ଷୋଭ ସଭା କରାଯାଇଥିଲା । ପରେ ହରଭଙ୍ଗା ବିଡିଓଙ୍କୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆଜି ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ଅମାତ୍, ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠୀ, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ରଶ୍ମିତା ମହାକୁଡ, ଲୁଣିବାହାଲ ସମିତି ସଭ୍ୟ ଶୁଶାନ୍ତ ପ୍ରଧାନ, ପ୍ରଦୀପ ସାହୁ, ରାମଗଡ ସରପଞ୍ଚ ନରେଶ ସେଠୀ, ପ୍ରତିଭା ସାହୁ, ବିଶ୍ୱଜିତ ପ୍ରଧାନଙ୍କ ସହ ବହୁ ବିଜେଡି କର୍ମୀ ସାମିଲଥିଲେ ।

Comments are closed.