www.samajalive.in
Tuesday, December 9, 2025
16.1 C
Bhubaneswar

ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ ଟୁର-ଶିମିଳିପାଳର ପାହାଡ଼ି ଖଡ଼ିଆ

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନଙ୍କ ନିମନ୍ତେ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି। ଦର୍ଶକମାନେ ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ @stscdev, @scstrti ଖୋଲି ଶିମିଳିପାଳ ପାହାଡ଼ି ଖଡ଼ିଆ ଜନଜାତିଙ୍କ ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା କହିଛନ୍ତି।


ଖଡ଼ିଆମାନଙ୍କ ମଧ୍ୟରେ ପାହାଡ଼ି ଖଡ଼ିଆ ଅନ୍ୟତମ। ସେମାନେ ସବୁବେଳେ ଗୋଟିଏ ଜାଗାରେ ନରହି ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଉଦ୍ଦେଶ୍ୟରେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପ୍ରାୟତଃ ବୁଲୁଥାନ୍ତି। ସେମାନେ ମୁଖ୍ୟତଃ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ପାର୍ବତ୍ୟାଞ୍ଚଳର ଯଶୀପୁର ଓ କରଞ୍ଜିଆ ବ୍ଲକ୍‌ରେ ବିଶେଷ କରି ଜଙ୍ଗଲରେ ବସବାସ କରିଥାନ୍ତି। ପାହାଡ଼ି ଖଡ଼ିଆମାନେ ଜଙ୍ଗଲରୁ ମହୁ ସଂଗ୍ରହରେ ଧୂରୀଣ। ଏଥି ସହିତ ଝୁଣା, ପାଳୁଅ ଓ ଅନ୍ୟାନ୍ୟ ଅଣକାଷ୍ଠ ବନଜାତ ଦ୍ରବ୍ୟ ସଂଗ୍ରହ କରି ନିଜର ଜୀବନଜୀବିକାର ଆବଶ୍ୟକତାକୁ ମେଣ୍ଟାଇଥାନ୍ତି। ସେମାନେ ମଧ୍ୟ ଏଥି ସହିତ ତାଙ୍କ ପାଖରେ ଥିବା ସ୍ୱଳ୍ପ ଜମିରେ ଚାଷବାସ କରିଥାନ୍ତି। ମହିଳାମାନେ ଜଙ୍ଗଲଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ପାଇଁ ଖଜୁରୀପତ୍ର ଓ ବାଉଁଶରେ ଚଟେଇ ତିଆରି କରିଥାନ୍ତି। ପାହାଡ଼ି ଖଡ଼ିଆମାନେ ବିଭିନ୍ନ ଦେବଦେବୀଙ୍କୁ ପୂଜା କରିଥାନ୍ତି । ଧର୍ମଭାବନାରେ ‘ବୁଢ଼ାମ’ ଠାକୁରଙ୍କୁ ସେମାନେ ତାଙ୍କର ମୁଖ୍ୟ ଦେବତା ବୋଲି ମାନିଥାନ୍ତି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories