www.samajalive.in
Tuesday, December 9, 2025
26.1 C
Bhubaneswar

ନିଜ ଘର ହେଉଛି ପ୍ରଥମ ସ୍ଥାନ ଯେଉଁଠାରେ ଶିଶୁର ସୁରକ୍ଷା ସୁନିଶ୍ଚିତ କରିବା ଆବଶ୍ୟକ

ଭୁବନେଶ୍ବର: ନିଜ ଘର ହେଉଛି ପ୍ରଥମ ସ୍ଥାନ ଯେଉଁଠାରେ ଶିଶୁର ସୁରକ୍ଷା ସୁନିଶ୍ଚିତ କରିବା ଆବଶ୍ୟକ। ମାତ୍ର ଅଧିକାଂଶ ସମୟରେ ପିତାମାତା ଏବଂ ଅଭିଭାବକମାନେ ଛୋଟ ଛୋଟ ଦିଗ ପ୍ରତି ଅବହେଳା କରିଥାଆନ୍ତି। ଯାହାକି ପରବର୍ତ୍ତୀ ସମୟରେ ଶିଶୁମାନଙ୍କ ପାଇଁ ବିପଦର କାରଣ ପାଲଟିଥାଏ। ସେହିପରି ବାହାରକୁ ବୁଲିଗଲା ବେଳେ ମଧ୍ୟ ଶିଶୁମାନଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ। ଏନେଇ ଛୁଆମାନଙ୍କୁ ସଡ଼କ ସୁରକ୍ଷା, ବିଦ୍ୟାଳୟରେ ନିଜକୁ ସୁରକ୍ଷିତ ରଖିବାର ବିଭିନ୍ନ କଥା ଶିଖେଇବାକୁ ପଡ଼ିଥାଏ। ଏନେଇ ପିତାମାତା ଏବଂ ଅଭିଭାବକଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଶିଶୁ ଶଲ୍ୟ ସପ୍ତାହ ପାଳନ ଅବସରରେ ଆଜି ଏମ୍‌ସ ଭୁବନେଶ୍ବରରେ ଶିଶୁ ଶଲ୍ୟ ବିଶେଷଜ୍ଞମାନେ ଉପସ୍ଥିତ ପିତାମାତା ଏବଂ ଅଭିଭାବକଙ୍କୁ ଏନେଇ ବିସ୍ତୃତ ସୂଚନା ଦେବା ସହିତ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି।

 

- Advertisement -

ଶିଶୁ ଦିବସ ନଭେମ୍ବର ୧୪ରୁ ୨୦ ପର୍ୟ୍ୟନ୍ତ ଚାଲିଥିବା ଶିଶୁ ଶଲ୍ୟ ସପ୍ତାହ ପାଳନ ଅବସରରେ ଆଜି ଏମ୍‌ସ ଭୁବନେଶ୍ବର ପରିସରରେ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ଚଳିତ ବର୍ଷର ଥିମ୍‌ ରହିଛି ଶିଶୁ ସୁରକ୍ଷା। ଏହି ବିଷୟ ଉପରେ ଏମ୍‌ସ ଭୁବନେଶ୍ବର ଅଧୀକ୍ଷକ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ଯୋଗଦେଇ ସମସ୍ତଙ୍କୁ ଉପାଦେୟ ସଚେତନତାମୂଳକ ବାର୍ତ୍ତା ଦେଇଥିଲେ। ଏହି ଅବସରରେ ଏମ୍‌ସ ଭୁବନେଶ୍ବରରେ ଉପସ୍ଥିତ ଶିଶୁମାନଙ୍କୁ ନେଇ ଏକ କଲର ଫିଲିଙ୍ଗ୍‌ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏମ୍‌ସ ଭୁବନେଶ୍ବରକୁ ଆସିଥିବା ଛୋଟ ଛୋଟ ପିଲାମାନେ ଏଥିରେ ଆଗ୍ରହ ସହକାରେ ଅଂଶଗ୍ରହଣ କରିଥିଲେ। ଏମ୍‌ସ ଭୁବନେଶ୍ବର ନିର୍ଦେଶିକା ଡ.ବି ଗୀତାଞ୍ଜଳି ଏମ୍‌ସ ଭୁବନେଶ୍ବର ଶିଶୁ ଶଲ୍ୟ ବିଭାଗର ଏପରି ପ୍ରଚେଷ୍ଟାକୁ ପ୍ରଶଂସା କରିବା ସହିତ ଶିଶୁମାନଙ୍କ ସୁରକ୍ଷାକୁ ପିତାମାତା ଏବଂ ଅଭିଭାବକ ବେଶ୍‌ ଗୁରୁତ୍ବର ସହିତ ନେବାକୁ ପରାମର୍ଶ ଦେଇଥିଲେ। ବିଭାଗୀୟ ପ୍ରାଧ୍ୟାପକ ପ୍ରଫେସର ମନୋଜ କୁମାର ମହାନ୍ତି, ଆକାଶ ବିହାରୀ ପତି, ସୁବ୍ରତ ସାହୁ, ସନ୍ତୋଷ କୁମାର ମହାଳିକ ପ୍ରମୁଖ ଶିଶୁମାନଙ୍କୁ ବିଭିନ୍ନ ବିପଦରୁ ରକ୍ଷା କରିବା ନେଇ ନାନା ଉପାୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ବିଭାଗୀୟ ଫାକ୍‌ଲଟି ଏବଂ କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

Related Articles

Popular Categories