www.samajalive.in
Monday, December 8, 2025
14.1 C
Bhubaneswar

ଉତ୍କଳ ବିଶ୍ବବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ଶ୍ରମଦାନ ସପ୍ତାହ ଆରମ୍ଭ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ଶ୍ରମଦାନ ସପ୍ତାହ ଆରମ୍ଭ ହେଇଛି। ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ସଫେଇ କାର୍ଯ୍ୟକ୍ରମର ସାଫଲ୍ୟ ନିମନ୍ତେ ବିଶ୍ୱବିଦ୍ୟାଳୟର ଏନଏସଏସ ସ୍ବେଛାସେବୀଙ୍କ ସହ ଭୂତତ୍ତ୍ବ ବିଭାଗର ଦ୍ବିତୀୟ ବର୍ଷ ସ୍ନାତକୋତ୍ତର ଛାତ୍ରଛାତ୍ରୀ ମିଳିତ ଭାବେ ଶ୍ରମଦାନ କରିଥିଲେ। ବିଶ୍ୱବିଦ୍ୟାଳୟର ଏନଏସଏସ ପ୍ରୋଗ୍ରାମ ଅଫିସର ଡ.କୀର୍ତ୍ତି ରଞ୍ଜନ ମଲ୍ଲିକଙ୍କ ତତ୍ତ୍ବାବଧାନରେ ଭୁତତ୍ତ୍ବ ବିଭାଗର ଦୁଇପାଶ୍ବର୍ର୍ ତଥା ଛାତ୍ରୀ ନିବାସ ଏବଂ ଭୂତତ୍ବ ବିଭାଗକୁ ସଂଯୋଗ କରୁଥିବା ଶିଳା ବିଥିକାର ସମ୍ମୁଖ ଭାଗକୁ ସଫେଇ କରାଯାଇଥିଲା।

 

- Advertisement -

କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ଏନଏସଏସ ବ୍ୟୁରୋର କାର୍ଯ୍ୟକ୍ରମ ସଂଯୋଜକ ଡ.ବ୍ରଜ ନାରାୟଣ ପାତ୍ର ଓ ଭୁତତ୍ତ୍ବ ବିଭାଗର ସହକାରୀ ପ୍ରଫେସର ଡ.ଶାନ୍ତି ସ୍ୱରୁପ ସାହୁ ଯୋଗଦେଇ ସ୍ବେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ। ରିସର୍ଚ୍ଚ ସ୍କଲାର ଜିତୁନନ୍ଦନ ପ୍ରଧାନ, ଭବାନୀ ଶଙ୍କର ସେଠୀ, ପ୍ରଭାତ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories