www.samajalive.in
Monday, December 15, 2025
24.1 C
Bhubaneswar

ସୁନାମୀ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

ଗଞ୍ଜାମ: ଭାରତୀ ବିଦ୍ୟାପୀଠ ପରିସରରେ ବୁଧବାର ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଭାରତ ମହାସାଗର ସ୍ତରୀୟ ସୁନାମୀ ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ସଚେତନତା କାର୍ୟ୍ୟକ୍ରମ ଜିଲ୍ଲା ନୋଡାଲ ଏନଜିଓ କାମଧେନୁ ସେବା ସମିତି ଦ୍ଵାରା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ୟ୍ୟକ୍ରମରେ ଗଞ୍ଜାମ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରଏ, ସୁକାନ୍ତ ଚନ୍ଦ୍ର ମିଶ୍ର, ଜିଲ୍ଲା ଜରୁୀକାଳୀନ ଅଧିକାରୀ ପ୍ରଭୁ ପ୍ରସାଦ ମହାରଣା, ଜିଲ୍ଲା ପ୍ରକଳ୍ପ ଅଧିକାରୀ(ଓଡ଼ିଶା ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ) ରୁନିକୁମାର, କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଂଜାମ ସ୍ଵପ୍ନା ମହାପାତ୍ର, ସିଓ ବିଜ୍ଞାପିତ ଅଞ୍ଚଳ ପରିଷଦ-ଗଂଜାମ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ ଟୁନା ମହାରଣା, ସଂପାଦକ କାମଧେନୁ ସେବା ସମିତି। ଓଡ଼ିଶା ସରକାର ଉକ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଂଜାମକୁ ସୁନାମୀ ପ୍ରବଣ ଅଞ୍ଚଳ ଘୋଷଣା କରି ଅଞ୍ଚଳର ସମସ୍ତ ଅଧିବାସୀଙ୍କ ପାଇଁ ସୁନାମୀର ମୁକାବିଲା ସଂପର୍କରେ ବିଭିନ୍ନ ସଚତନତା କାର୍ଯ୍ୟକ୍ରମମାନ କରୁଛନ୍ତି । ସୁନାମୀର ସୂଚନା ପାଇବା ମାତ୍ରେ ପ୍ରତ୍ୟେକ ପରିବାରସ୍ତରୀୟ ଜରୁରୀ କିଟ୍ ପ୍ରସ୍ତୁତ କରିବା ଓ ନିରାପଦ ଆଶ୍ରୟସ୍ଥଳୀକୁ ତୁରନ୍ତ ସ୍ଥାନାନ୍ତରିତ ହେବା ପାଇଁ ଅଭ୍ୟାସ ସଂପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି କାର୍ୟ୍ୟକ୍ରମର ପ୍ରଥମ ପର୍ୟ୍ୟୟରେ ୧୭ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସାମିଲ କରାଯାଇଥିଲା। ଆଗାମୀ ଦିନରେ ପୋଇଁତୋଳା ଓ ଦାମୋଦରପୁରଠାରେ ମଧ୍ୟ ଏଭଳି ସଚେତନତା କାର୍ୟ୍ୟକ୍ରମ କରିବା ପାଇଁ ସ୍ଥିର କରାଯଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories