www.samajalive.in
Monday, December 15, 2025
16.1 C
Bhubaneswar

ବ୍ୟାଟେରୀ ସାଇକେଲ ତିଆରି କରି ଚର୍ଚ୍ଚାରେ ଅଧ୍ୟାପକ ମାନସ ପାଣିଗ୍ରାହୀ

ମୋହନା : ଭାରତବର୍ଷରେ ବହୁ ଗୁଣଧାରୀ ଓ ବୁଦ୍ଧିମାନ ବ୍ୟକ୍ତି ଅଛନ୍ତି । କିଏ କିଭଳି କାମ କରି ଯଶ ଅର୍ଜନ କରୁଛନ୍ତି । କିଏ ପାଣି ଉପରେ ବାଇକ ଚଲାଉଛନ୍ତି ତ ଆଉ କିଏ ଶୂନ୍ୟରେ ଉଡୁଛନ୍ତିି । ହେଲେ ମୋହନା ବ୍ଲକର ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ(ଵଟାନି ବିଜ୍ଞାନ) ଶିକ୍ଷକ ମାନସ ରଞ୍ଜନ ପାଣିଗ୍ରାହୀ ନିଜ ବୁଦ୍ଧି ବଳରେ ନିର୍ମାଣ କରିଛନ୍ତି ବ୍ୟାଟେରୀ ଚାଳିତ ସାଇକେଲ । ସେ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ାଇ ଆସିବା ପରେ ଯାହା କିଛି  ସମୟ ମିଳେ ସେତିକି ସମୟରେ ବିଭିନ୍ନ ସାମଗ୍ରୀ ଅନଲାଇନରେ ମଗାଇ ସେ ସବୁକୁ ଏକତ୍ରିତ କରି ୨ ଦିନ ମଧ୍ୟରେ ନିର୍ମାଣ କରିଛନ୍ତି ବ୍ୟାଟେରୀ ଚାଳିତ ସାଇକେଲ । ଯାହା କି ଆଜିର ଦିନରେ ପେଟ୍ରୋଲ ଦର ବୃଦ୍ଧି ପାଇବା ପରେ ଚାଳକ ଚିନ୍ତାରେ ପଡିଥିବା ବେଳେ ବ୍ୟାଟେରୀ ଚାଳିତ ବାଇକ ଓ ସାଇକେଲ ପ୍ରତି ଲୋକଙ୍କ ଚାହିଦା ଦିନକୁ ଦିନ ବଢିବାକୁ ଲାଗିଲାଣି। ଏହାକୁ ଆଖି ଆଗରେ ରଖୁ ଶ୍ରୀ ପାଣିଗ୍ରାହୀ ମାତ୍ର ୨୧ ହଜାର ଟଙ୍କା ବିନିମୟରେ  ତିଆରି କରିଛନ୍ତି  ବ୍ୟାଟେରୀ ଚାଳିତ ସାଇକେଲ । ଯାହାକି ତିନି ଘଣ୍ଟା ଚାର୍ଜ କଲେ ୩୦ କିମି ଚାଲିବ । ମନରେ ଦୃଢ ଇଚ୍ଛାଶକ୍ତି ଓ ବ୍ୟାଟେରୀ ଦ୍ବାରା ଚାଳିତ ସାଇକେଲ ନିର୍ମାଣ କରିବାର ଆତ୍ମ ବିଶ୍ଵାସ ରଖି ସେ ଦୀର୍ଘ ୨ ବର୍ଷ ଚେଷ୍ଟା କରିବା ପରେ  ଶେଷରେ ତାଙ୍କ ସୂପ୍ନ ସାକାର ହୋଇଛି।  ପରିଶ୍ରମର ଫଳ ମଧ୍ୟ ମିଳିଛି। ପେଶାରେ ସେ ଜଣେ ଶିକ୍ଷକ ହେଲେ ମଧ୍ୟ ନିଶା ତାଙ୍କର ନିଆରା।  ସୌର ଶକ୍ତି ମାଧ୍ୟମରେ ଫ୍ରିଜ ଚାଲିବା, ଇନଭରଟର ମରାମତି, ଲାପଟପ ଓ କମ୍ପୁଟର ମରାମତି, ସିସିଟିଭି ମରାମତି କରିବାର ଦକ୍ଷତା ତାଙ୍କର ରହିଛି । ସେ ୨୦୧୨ରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ଏମଏସିସି ଶେ​ଷ କରି​‌ ୨୦୧୩ରେ ମୋହନା ସ୍ଥିତ ହିଲଟପ କଲେଜରେ ବିଜ୍ଞାନ ବିଭାଗରେ  ଅଧ୍ୟାପକ ଭାବେ ଚାକିରୀ କାଳ ଆରମ୍ଭ କରିଛନ୍ତି । ମୋହନା ସହରରେ ବ୍ୟାଟେରୀ ଦ୍ବାରା ଚାଳିତ ସାଇକେଲରେ ସେ ବୁଲୁଥିବା ଦେଖି ଲୋକେ ଭିଡ ଜମାଉଛନ୍ତି ଏବଂ ବହୁ ପ୍ରଶଂସା ମଧ୍ୟ କରୁଛନ୍ତି । ବ୍ୟାଟେରୀ ଚାଳିତ ସାଇକେଲ ତିଆରି କରି ଶ୍ରୀ ପାଣିଗ୍ରାହୀ ବେଶ ଚର୍ଚ୍ଚାକୁ ଆସିଛନ୍ତି।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories