www.samajalive.in
Monday, December 15, 2025
16.1 C
Bhubaneswar

ମନ୍ଦରଡା ପଂଚାୟତରେ ବାଘ ଆତଙ୍କ !

ପାତ୍ରପୁର : ସାମନ୍ତିଆପଲ୍ଲୀ ରେଞ୍ଜ ମନ୍ଦରଡା ପଞ୍ଚାୟତ ପଥରାଘାଇ ଗ୍ରାମ ରେ ବାଘ ଆତଙ୍କ ଦେଖାଦେଇଛି । ଗତ ଦୁଇ ଦିନ ମଧରେ ଏହି ଗ୍ରାମର ପାହାଡ଼ ତଳେ ମନ୍ଦା ପକାଇ ରଖିଥିବା ବାୟା ଗୈାଡଙ୍କ ଗୋଟିଏ ଗାଈ, ଦୁଇ ବାଛୁରୀ ଓ ଗୋଟିଏ ଛେଳିକୁ ବାଘ ଆକ୍ରମଣ କରି ଥିବା ଜଣାଯାଇଛି । ତାଙ୍କର ଗାଈ ଓ ବାଛୁରୀ ଆକ୍ରମଣ ପରେ ଛେଳିକୁ ଖାଉଥିବା ବେଳେ ଗୋଠ ଜଗୁଆଳି ଜାଣି ପାରି ଲକ୍ଷ କରି ପଥର ଫିଙ୍ଗି ବାରୁ ବାଘଟି ଜଙ୍ଗଲ ମଧ୍ୟକୁ ଚାଲିଯାଇଥିବା ଜଗୁଆଳି ମାନେ କହିଛନ୍ତି । ଆଜି ବନ ବିଭାଗକୁ ଗ୍ରାମବାସୀ ଖବର ଦେବାପରେ ରେଞ୍ଜର ରଜତ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ବନ ବିଭାଗ ପକ୍ଷରୁ ସୁରଙ୍ଗୀ ବନପାଳ ଜିତେନ୍ଦ୍ରଙ୍କ ନେତୃତ୍ବରେ ଏକ ଟିମ୍ ଉକ୍ତ ଜଙ୍ଗଲରେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ରେଞ୍ଜର ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି। କଲରାପତରିଆ ବାଘ କିମ୍ବା ହିଂସ୍ର ଜନ୍ତୁ ଏହି ଜଙ୍ଗଲରେ ରହିବା ଲାଗି ପରିବେଶ ଅନୁକୂଳ ନଥିବା ବେଳେ ଗ୍ରାମବାସୀଙ୍କ କହିବା ଅନୁସାରେ ଆମେ ତଦନ୍ତ ଚଳାଇଛୁ ବୋଲି କହିଛନ୍ତି। ତେବେ ଏହା ବାଘ ନା ହେଟା ଭଳି କୌଣସି ହିଂସ୍ର ଜନ୍ତୁ ଆକ୍ରମଣ କରିଛି ତାହା ସ୍ପଷ୍ଟ  ହୋଇପାରି ନାହିଁ । ତେବେ ଯାହାର ଗାଈ ବା ଛେଳି ଙ୍କ ଆକ୍ରମଣରେ ମୃତ୍ୟୁ ଘଟିଛି ସେମାନେ ଆବେଦନ କଲେ ବିଭାଗର ନିୟମ ଅନୁଯାୟୀ କ୍ଷତି ପୁରୁଣ ଦିଆଯିବ ବୋଲି ସେ କହିଛନ୍ତି । ପନ୍ଦର ଦିନ ପୁର୍ବେ ଗୋଟିଏ ଦିନରେ ଏହି ଗ୍ରାମର ଜୁରିଆ ଗୈାଡଙ୍କ ଛେଳି ଖାଇଥିବା ସେ ଜଣାଇଛନ୍ତି।

Hot this week

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories