www.samajalive.in
Monday, December 15, 2025
24.1 C
Bhubaneswar

ପନ୍ନାଡ ଜଙ୍ଗଲ ପାଖ ଚାଷ ଜମିରୁ ଦନ୍ତା ହାତୀର ମୃତଦେହ ଠାବ

ଗୋପାଳପୁର: ଦିଗପହଣ୍ଡି ବନବିଭାଗ ରେଞ୍ଜ ତଥା ଚିକିଟି ସେକ୍ସନର ହିଞ୍ଜିଳିଗାଁ ବିଟ୍ ଅନ୍ତର୍ଗତ ପନାଡ଼ ଗାଁ ନିକଟ ମାଳୁଆଣି ଜଙ୍ଗଲ ପାଖ ଚାଷଜମିରେ ଏକ ୪ରୁ ୫ବର୍ଷ ବୟସ ମୃତ ଅଣ୍ଡିରା ହାତୀର ଗଳିତ ମୃତଦେହକୁ ବନବିଭାଗ ଠାବ କରିଛି। ମଙ୍ଗଳବାର ମଧ୍ୟରାତ୍ରରେ ବନ ବିଭାଗର ହାତୀ ଟ୍ରାକିଙ୍ଗ ଟିମ୍ ୧୩ ଟିକିଆ ହାତୀ ପଲର ଗତାଗତକୁ ଟ୍ରାକିଂ କରୁଥିଲେ। କିନ୍ତୁ ବୁଧବାର ସକାଳ ସାତଟା ବେଳେ ଚିକିଟି ବନପାଳ ଡି. ପ୍ରଶାନ୍ତ ରାଓ ଏକ ହାତୀ ମରିଥିବା ଖବର ପାଇ ପନାଡ ଗ୍ରାମରେ ପହଞ୍ଚି ମୃତ ହାତୀକୁ ଚାଷ ଜମିର ମଝିରେ ଠାବ କରିଥିଲେ। ହାତୀର ମୃତ୍ୟୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଥିବା ବେଳେ ବିଦ୍ୟୁତ ଆଘାତରେ ହାତୀଟି ମରିଥିବା ଅଞ୍ଚଳରେ ଆଲୋଚନା ଜୋର ଧରିବା ସହ ଆଖପାଖ ଅଞ୍ଚଳର ଲୋକମାନେ ହାତୀକୁ ଦେଖିବାକୁ ଉକ୍ତ ସ୍ଥାନରେ ଭିଡ ଜମାଇଥିଲେ। କିନ୍ତୁ ତଦନ୍ତ ସମୟ ହାତୀ ହାତୀ ମଧ୍ୟରେ ଗଣ୍ଡଗୋଳ ହୋଇ ମୃତ ହାତୀ ଆଭ୍ୟନ୍ତରୀଣ ଆଘାତ ହୋଇଥିବା ଯୋଗୁଁ ମୃତ୍ୟୁ ଘଟିଥିବା ଅନୁମାନ କରାଯାଇଥିଲା।ବନବିଭାଗ ଅଧିକାରୀଙ୍କଠାରୁ ଖବର ପାଇ ବ୍ରହ୍ମପୁର ପ୍ରାଣୀଧନ ବିଭାଗର ଏକ ଡାକ୍ତରୀ ଟିମ ଘଟଣା ସ୍ଥଳରେ ପହଞ୍ଚି ମୃତ ହାତୀର ଶବ ବ୍ୟବଚ୍ଛେଦ କରିବା ସହ ଘଟଣା ର ଅନତି ଦୂରରେ ତାକୁ ପୋତି ଦିଆଯାଇଥିଲା। ବ୍ୟବଛେଦ ପରେ ହାତୀ ହାତୀ ମଧ୍ୟରେ ଲଢେଇ କାରଣରୁ ମୃତ ହାତୀ ଶରୀରର ଆଭ୍ୟନ୍ତରୀଣ ଅଂଶରେ ଆଘାତ ଲାଗି ହାତୀଟି ମରିଥିବା ବନବିଭାଗ ଅଧିକାରୀମାନେ ପ୍ରକାଶ କରିଛନ୍ତି। ଘଟଣା ସ୍ଥଳରେ ବନବିଭାଗର ଏସିଏଫ ଅଶୋକବେହେରା, ଏସିଏଫ ଏ.ମାଧବୀ ଲତା, ଦିଗପହଣ୍ଡି ରେଞ୍ଜ ର ପାଟପୁର ଫରେଷ୍ଟର ଅରୁଣ କୁମାର ଦାସ, ଆରତୀ ପାଢ଼ୀ, ଗଣେଶ ଗୌଡ଼, ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ ଗତ କିଛିଦିନ ହେବ ଏକ ୧୩ ଟିକିଆ ହାତୀ ପଲ ପ୍ରଥମେ ଦିଗପହଣ୍ଡି ବ୍ଲକ୍ ଓ ଏବେ ଚିକିଟି ବ୍ଲକ୍ ଅଞ୍ଚଳରେ ଘୁରି ବୁଲୁଛନ୍ତି। ଏବେ ଜଣେ ହାତୀର ମୃତ୍ୟୁ ପରେ ବର୍ତମାନ ଏହା ୧୨ଟିକିଆ ହାତୀପଲ ହୋଇ ଯାଇଛି। ଏହି ହାତୀପଲ ସୋମବାର ରାତିରେ ତୁଳସୀଖୋଲ ପାହାଡରୁ ଓହ୍ଲାଇ ନିକଟରେ ଥିବା ଧାନରାସିଆ ଜଙ୍ଗଲରେ ଆଶ୍ରୟ ନେଇଥିଲେ। ମଙ୍ଗଳବାର ସନ୍ଧ୍ୟାରେ ପନ୍ନାଡ ଓ ଏରେଣ୍ଡ୍ରା ମଧ୍ୟବର୍ତ୍ତୀ ଇଲାକାରେ‌ ବିଚରଣ କରି ମାଳୁଆଣି ପାହାଡ଼ ପାଦଦେଶରେ ଥିବା ଚିତ୍ତରଞ୍ଜନ ମହାଙ୍କୁଡ ପ୍ରାୟ ୩ ଏକର ଜମିରେ ପସି ଧାନଚାଷ ସଂପୂର୍ଣ୍ଣ ନଷ୍ଟ କରିଥିବା ଶ୍ରୀ ମହାଙ୍କୁଡ ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ଅନେକ ଥର ହାତୀ ପଲ ଦ୍ଵାରା ଅନେକ ଥର ଫସଲ ହାନି ହୋଇଥିଲେ ମଧ୍ୟ ବନବିଭାଗ ପକ୍ଷରୁ ତାଙ୍କୁ କୌଣସି ସହାୟତା ରାଶି ପ୍ରଦାନ କରାଯାଇନଥିବା ଅଭିଯୋଗ କରିଛନ୍ତି। ଗତ ୪ବର୍ଷହେଲା ଏହି ଅଞ୍ଚଳରେ ହାତୀପଲ ଦ୍ବାରା ବ୍ୟାପକ ଫସଲ ନଷ୍ଟ କରାଯାଉଥିଲେ ମଧ୍ୟ ବନବିଭାଗ ପକ୍ଷରୁ ତଦନ୍ତ କରାଯାଇ ଆମଠାରୁ ଆବେଦନ ପତ୍ର ନେଉଥିଲେ ମଧ୍ୟ କୌଣସି କ୍ଷତି ପୂରଣ ରାଶି ଦିଆଯାଉନଥିବା ସ୍ଥାନୀୟ ଲୋକମାନେ ଆମ ନିକଟରେ ଅଭିଯୋଗ କରିଥିଲେ। ଅନ୍ୟ ପଟେ ଦନ୍ତାହାତୀର ମୃତ୍ୟୁ ପରେ ହାତୀର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବାସହ ବିଭାଗ ପକ୍ଷରୁ ହାତୀପଲର ଚଳାଚଳ ଉପରେ ନଜର ରଖିବା ନିମନ୍ତେ ଏକ ସ୍ବତନ୍ତ୍ର ଟିମ ନିୟୋଜିତ ରହିଥିବା ଏସିଏଫ ଅଶୋକ ବେହେରାଙ୍କ ସୂଚନା ଦିଆଯାଉଥିବା ବେଳେ କେଉଁ ପରିସ୍ଥିତିରେ ହାତୀଟିର ମୃତ୍ୟୁ ଘଟିଲା ତାହା ଟିମର ସଦସ୍ୟ ମାନେ ଜାଣି ପାରିଲେ ନାହିଁ ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories