www.samajalive.in
Tuesday, December 9, 2025
17.1 C
Bhubaneswar

ଜାମ୍ମୁ କାଶ୍ମୀରରେ କଂଗ୍ରେସକୁ ବଡ଼ ଝଟକା : ୪ ପୂର୍ବତନ ମନ୍ତ୍ରୀ ଓ ୩ ବିଧାୟକଙ୍କ ଇସ୍ତଫା

ଜାମ୍ମୁ କାଶ୍ମୀରରେ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ  ଘଟଣା କ୍ରମରେ କଂଗ୍ରେସ ଦଳକୁ  ଏକ ବଡ଼ ଝଟକା ଲାଗିଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ଗୋଷ୍ଠୀ ସହିତ ଜଡିତ କଂଗ୍ରେସର ବରିଷ୍ଠ ନେତାମାନେ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟ କଂଗ୍ରେସ ସଭାପତି ଜିଏ. ମୀରଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି । ଇସ୍ତଫା ପତ୍ରରେ କୁହାଯାଇଛି ଯେ ମୀରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ କ୍ରମାଗତ ଭାବେ ପଛରେ ରହିଛି । କ୍ରମା​‌ଗତ​‌ ଅଣାଦେଖା କରାଯାଉଥିବାରୁ ଅନେକ ନେତା ଇସ୍ତଫା ଦେଇଛନ୍ତି। ଯେଉଁମାନେ ଇସ୍ତଫା ଦେଇଛନ୍ତି ସେମାନଙ୍କ ମଧ୍ୟରେ ଚାରିଜଣ ପୂର୍ବତନ ମନ୍ତ୍ରୀ ଏବଂ ତିନିଜଣ ବିଧାୟକ ମଧ୍ୟ ଅଛନ୍ତି ।

ସୂତ୍ରରୁ ପ୍ରକାଶ ଯେ ଜାମ୍ମୁ ସହିତ କାଶ୍ମୀର ଉପତ୍ୟକାର ଏହି ନେତା, ପୂର୍ବତନ ମନ୍ତ୍ରୀ ଏବଂ ବିଧାୟକମାନେ ଅବହେଳା ଅଭିଯୋଗରେ ମିଳିତ ଭାବେ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଏହାର ନକଲ ଦଳର ଦାୟିତ୍ୱରେ ଥିବା ରଜନୀ ପାଟିଲଙ୍କ ସହ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଯାଇଛି । ସେମାନଙ୍କ ଇସ୍ତଫା ଦେଇଥିବା ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଜିଏମ୍ ସରୋରି, ଜୁଗଲ କିଶୋର ଶର୍ମା, ବିକାଶ ରସୁଲ, ଡକ୍ଟର ମନୋହର ଲାଲ ଶର୍ମା, ଗୁଲାମ ନବି ମୋଙ୍ଗା, ନରେଶ ଗୁପ୍ତା, ସୁଭାଷ ଗୁପ୍ତା, ଅମିନ ଭଟ୍ଟ, ଅନୱାର ଭଟ୍ଟ, ଇନାୟତ ଅଲି ଏବଂ ଅନ୍ୟମାନେ ଅଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories