ଭାରତର ଅହିଂସା ଓ ଧର୍ମ ନିରପେକ୍ଷତା ବିଶ୍ୱ ପାଇଁ ଆଶାର କିରଣ : ଦଲାଇଲାମା
ଜାମ୍ମୁ : ହିଂସା କୌଣସି ସମସ୍ୟାର ସମାଧାନ ନୁହେଁ । ଭାରତର ଶାନ୍ତି, ଅହିଂସା ଏବଂ ଧର୍ମନିରପେକ୍ଷତାର ଗୁଣ ଆଜିର ବିବାଦ ଏବଂ ସଂଘର୍ଷମୟ ଦୁନିଆ ପାଇଁ ଆଶାର କିରଣ ବୋଲି ତିବତୀୟ ଧର୍ମଗୁରୁ ଦଲାଇଲାମା କହିଛନ୍ତି। ଜମ୍ମୁର କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ସମାରୋହରେ ଉଦବୋଧନ ଦେଇ ବିଦ୍ୟାର୍ଥୀମାନେ ବୈଜ୍ଞାନିକ ଦୃଷ୍ଟି କୋଣକୁ ଆପଣେଇବାକୁ ସେ ପରାମର୍ଶ ଦେଇଛନ୍ତି। ଭଗବାନ ବୁଦ୍ଧଙ୍କ ବାଣୀ ଓ ଶିକ୍ଷା ବିଷୟରେ ଆଲୋକପାତ କରି ଛାତ୍ରଛାତ୍ରୀ ନିଜ ଚରିତ୍ରରେ ନୈତିକ ମୂଲ୍ୟବୋଧ ଆଧାରରେ ସତ୍ୟର ଅନୁସଂଧାନ କରିବାକୁ ଦଲାଇଲାମା ଆହ୍ୱାନ ଦେଇଛନ୍ତି।
ଏହି ଅବସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ରାଷ୍ଟ୍ରମନ୍ତ୍ରୀ ଡ଼କ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ଭାରତୀୟ ଜନସଂଖ୍ୟାର ଏକ ବୃହତ ଅଂଶ ହେଉଛନ୍ତି ଯୁବଗୋଷ୍ଠୀ, ଯେଉଁମାନଙ୍କୁ ଦେଶକୁ ବିକାଶର ନୂତନ ଶିଖରକୁ ନେବାକୁ ପଡିବ।