ଇସଲାମ ଉପରେ ଟିପ୍ପଣୀକୁ ନେଇ ଜର୍ମାନୀ ଚାନସ୍‌ଲେରଏବଂ ଗୃହମନ୍ତ୍ରୀ ମୁହାଁମୁହିଁ

0

ବର୍ଲିନ : ଇସଲାମ ଧର୍ମ ଉପରେ ଟିପ୍ପଣୀକୁ ନେଇ ଜର୍ମାନୀ ଚାନସ୍‌ଲେର ଆଞ୍ଜେଲା ମାର୍କେଲ ଏବଂ ଗୃହମନ୍ତ୍ରୀ ହୋର୍ଷ୍ଟ ସିହୋଫେର ମୁହାଁମୁହିଁ ହୋଇଛନ୍ତି । ଏକ ସ୍ଥାନୀୟ ଖବରକାଗଜକୁ ସାକ୍ଷାତାକାର ଦେଇ ଜର୍ମାନୀ ଗୃହମନ୍ତ୍ରୀ ହୋର୍ଷ୍ଟ ସିହୋଫେର କହିଥିଲେ ଯେ ଇସଲାମ ଜର୍ମାନୀ ସଂସ୍କୃତିର ଅଂଶ ନୁହେଁ । ତେବେ ଚାନସ୍‌ଲେର ଆଞ୍ଜେଲା ମାର୍କେଲ ଗୃହ ମନ୍ତ୍ରୀଙ୍କ ଟିପ୍ପଣୀକୁ ଖାରଜ କରି ଖ୍ରୀଷ୍ଟ ଏବଂ ଜୀଉଙ୍କ ଭଳି ଇସଲାମ ଜର୍ମାନୀ ସଂସ୍କୃତିର ଅଂଶ ବୋଲି କହିଛନ୍ତି । ଜର୍ମାନୀ ଚାନସ୍‌ଲେର ଏବଂ ଗୃହମନ୍ତ୍ରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିବା ପରେ ମେଣ୍ଟ ସରକାର ବିପଦକୁ ଟାଣି ହୋଇ ଆସିଛି ।

ସାକ୍ଷାତକାରରେ ଜର୍ମାନୀ ଗୃହମନ୍ତ୍ରୀ କହିଥିଲେ ଯେ ମୁସଲମାନ ଆମ ସହ ରହୁଛନ୍ତି । କିନ୍ତୁ ଏହାର ଅର୍ଥ ନୁହେଁ ଆମେ ଆମ ସଂସ୍କୃତିକୁ ତ୍ୟାଗ କରିଦେବା ଓ ଭୁଲି ଯିବା । ଆମ ସହ ମୁସଲମାନ ରହୁଥିଲେ ମଧ୍ୟ ସେମାନେ ଆମ ସପକ୍ଷରେ କି ବିପକ୍ଷରେ ନାହାନ୍ତି । ଖ୍ରୀଷ୍ଟ ଧର୍ମ ଜର୍ମାନୀକୁ ଆକାର ଦେଇଛି, ତଣେୁ ଦେଶ ନିଜ ସଂସ୍କୃତିକୁ ମନେ ରଖିବା ଆବଶ୍ୟକ । ଇସଲାମ ଦେଶ ସଂସ୍କୃତିର କୌଣସି ଅଂଶ ନୁହେଁ ।

ଅପରପକ୍ଷରେ ଚାନସ୍‌ଲେର ଆଞ୍ଜେଲା ମାର୍କେଲ ଗୃହମନ୍ତ୍ରୀଙ୍କ ଟିପ୍ପଣୀକୁ ଖାରଜ କରି କହିଛନ୍ତି ଯେ ଇସଲାମ ଆମ ସଂସ୍କୃତିର ଅଭିନ୍ନ ଅଂଶ । ଆମ ଦେଶରେ ୪ ଲକ୍ଷ ମୁସଲମାନ ବାସ କରୁଛନ୍ତି । ସେମାନେ ନିଜ ଧର୍ମକୁ ମାନୁଛନ୍ତି । ସମସ୍ତେ ଜର୍ମାନୀ ସହ ଜଡିତ । ଆଉ ଇସଲାମ ଧର୍ମ ଜର୍ମାନୀ ସହ ଜଡିତ ।

Leave A Reply