www.samajalive.in
Monday, December 15, 2025
24.1 C
Bhubaneswar

ଅସୁସ୍ଥ ବାପାମା’ ପାଇଁ ପାଠ ଛାଡି ପରିବାରର ବୋଝ ସମ୍ଭାଳୁଛନ୍ତି ୨ ଭାଇ

ନବରଙ୍ଗପୁର: ରୁଗଣ ବାପା ଓ ମା’ଙ୍କ ଚିକିତ୍ସା ଚିନ୍ତା ଯୋଗୁଁ ଅଧାରୁ ପାଠ ଛାଡି ପରିବାର ବୋଝ ସମ୍ଭାଳୁଛନ୍ତି ଦୁଇ ପାଠୁଆ ପୁଅ। ଏମିତି ଏକ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଅଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାର ଭିମା ସାହିରେ। ପାପଡାହାଣ୍ଡି ଭିମା ସାହିରେ ରହୁଥିବା ଘାସି ଗୌଡ଼ (୬୦) ପେଶାରେ ବଢ଼େଇ, ଲୋକଙ୍କ ଘରେ ଛୋଟ ଛୋଟ କାମ କରି ଦୁଇ ପଇସା ଆଣିଲେ ପରିବାର ଚଳିଯାଉଥିଲା। ଘାସିର ପରିବାର କହିଲେ ସ୍ତ୍ରୀ ଲକ୍ଷ୍ମୀ ଗୌଡ଼ (୫୦), ଦୁଇଟି ପୁଅ।

ବଡ଼ ପୁଅ ଲକ୍ଷପତି ଗୌଡ଼ ମେଟ୍ରିକ ପାସ ହୋଇ କଲେଜରେ ପ୍ରଥମ ବର୍ଷର ଛାତ୍ର ହୋଇ ପାଠ ପଢୁଥିଲା, ଦ୍ୱିତୀୟ ପୁଅ ଲୋକନାଥ ଗୌଡ଼ ଚଳିତ ବର୍ଷ ମେଟ୍ରିକ ପାସ ହୋଇ ଅର୍ଥ ଅଭାବ ଯୋଗୁ ଆଉ କଲେଜରେ ଜଏନ ନହୋଇ ଘରେ ଅଛି ଏବଂ ଗୋଟିଏ ଝିଅ ସେ ବି ପାଠ ପଡ଼ିବାକୁ ସମ୍ଭଳ ନଥିବା ଯୋଗୁଁ ଘରେ ରହିଛି। ଯେମିତି ସେମିତି କଷ୍ଟେ ମଷ୍ଟେ ଗୋଟିଏ ପୁଅକୁ ପାଠ ପଢାଇ ମଣିଷ କରିବାକୁ ଚିନ୍ତା କରି ଖଟି ଆସୁଥିଲା ଘାସି, କିନ୍ତୁ ଦଇବର ଖେଳ ଦୁଃଖ ଉପରେ ପୁଣି ଦୁଃଖ ଲଦିହେଲା ଭଳି, ଘlସିର ପତ୍ନୀ ଲକ୍ଷ୍ମୀକୁ ହଠାତ ଏକ ଅଜଣା ରୋଗ ହୋଇ ଦେହର ଚର୍ମ ସବୁ ପୋଡ଼ିବାରେ ଲାଗିଲା, ସରକାରୀ ଡାକ୍ତର ଖାନାରେ ଦେଖେଇବ ପରେ ସେମାନେ ଅଧିକା ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ, କିନ୍ତୁ ଅର୍ଥାଭାବ ଯୋଗୁଁ ଆଉ ଚିକିତ୍ସା କରିନପାରି ଘରେ ଯନ୍ତ୍ରଣାରେ ପଡି ରହିଲା ଲକ୍ଷ୍ମୀ।

- Advertisement -

ଏତିକିରେ ସେମାନଙ୍କ ଦୁଃଖ ସରିନାହିଁ କି ହଠାତ ପରିବାର ସମ୍ଭାଳୁ ଥିବା ଘlସି ର ଅକସ୍ମାତ ହାତ ଭାଙ୍ଗି ଯିବାରୁ ସେ ଘରେ ପଡିରହିବା ଯୋଗୁଁ ଘର ଚଳିବାରେ କଷ୍ଟ ହେବାରୁ କଲେଜରେ ପଢ଼ୁଥିବା ବଡପୁଅ ଲକ୍ଷପତି କଲେଜରୁ ଅଧାରୁ ପାଠ ଛାଡି ଛୋଟ ଭାଇ ସହ ମିଶି ରୋଜଗାର କରିବାକୁ ଅଣ୍ଟା ଭିଡି ଯାଇ କେଉଁଠି କାମ କରି ଦୁଇ ପଇସା ଆଣି ପରିବାରର ୫ କୁଟୁମ୍ବକୁ ସମ୍ଭାଳୁଥିବା ଦେଖିବାକୁ ମିଳିଛି। ଦୁଇ ଭାଇର ରୋଜଗାରରେ ଘର ଚଳାଇବା କଷ୍ଟ ହୋଇ ପଢ଼ୁଥିବା ବେଳେ ସେତିକି ଟଙ୍କାରେ ମା ଓ ବାପାଙ୍କ ଚିକିତ୍ସା କିପରି କରିବେ ସେ ଚିନ୍ତାରେ ଅଛନ୍ତି ଦୁଇ ଭାଇ। ଏହି ଗରିବ ପରିବାରକୁ ସରକାରଙ୍କ ତରଫରୁ ୨୫ କେଜି ଚାଉଳ ମିଳୁଛି, ରହିବା ପାଇଁ ଘର ଖଣ୍ଡିଏ ଭଲ ନାହିଁ, ଏହି ଗରିବ ପରିବାରକୁ ସରକାରଙ୍କ ତରଫରୁ ଇନ୍ଦିରା ଆବାସ ଗୃହ ଏବଂ ରୋଗିଣୀ ମା’ଙ୍କୁ ପେନସନ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଅଛି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories