www.samajalive.in
Monday, December 15, 2025
27.1 C
Bhubaneswar

ହରତାଳକୁ ନେଇ ସବୁ ବିଭାଗ ମୁଖ୍ୟଙ୍କୁ ଗୃହ ବିଭାଗର ତାଗିଦ : ୧୦ଟା ୧୫ରେ ଲୋକସେବା ଭବନ ମୁଖ୍ୟ ଫାଟକରେ ତାଲା

ଭୁବନେଶ୍ବର : କଳାହାଣ୍ଡିସ୍ଥିତ ସନ୍‌ସାଇନ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ କଂଗ୍ରେସ ଆସନ୍ତାକାଲି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ୬ଘଣ୍ଟିଆ ବନ୍ଦ ଡାକରା ଦେଇଛି। ତେବେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେ ବନ୍ଦ ଡାକରା ଏବେ ହରତାଳରେ ପରିଣତ ହୋଇଛି। ଏହାସତ୍ତ୍ବେ ଏହାକୁ ଗୃହ ବିଭାଗ ଗୁରୁତର ଭାବେ ଗ୍ରହଣ କରି ସବୁ ବିଭାଗ ମୁଖ୍ୟଙ୍କୁ ସତର୍କତା ଜାରି କରିବା ସହିତ ପୂର୍ବାହ୍ନ ୧୦ଟା ୧୫ରେ ମୁଖ୍ୟ ଫାଟକ ବନ୍ଦ କରାଯିବା ନେଇ ତାଗିଦ କରାଯାଇଛି। ଏନେଇ ଗୃହ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ସନ୍ତୋଷ ବାଲା ଏକ ନିର୍ଦେଶନାମା ଜାରି କରି ସବୁ ବିଭାଗ ମୁଖ୍ୟଙ୍କୁ ଅବଗତ କରାଇଛନ୍ତି ଯେ କଂଗ୍ରେସ ପକ୍ଷରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଟ୍ରାଫିକ୍ ଓ ରେଳବାଇ ଓ ବସ୍ ଟ୍ରାଫିକରେ ବିକ୍ଷୋଭ ଓ ପିକେଟିଂ କରାଯିବାର ରହିଛି। ଏହାକୁ ଦୃଷ୍ଟିରେ ରଖି ଉକ୍ତଦିନ ସମସ୍ତ ସରକାରୀ ଚାକିରିଆ ଲୋକସେବା ଭବନକୁ ପୂର୍ବାହ୍ନ ୯ଟା ୩୦ ସୁଦ୍ଧା ଆସିବାକୁ ପଡ଼ିବ। ୧୦ଟା ୧୫ ମିନିଟରେ ଲୋକସେବା ଭବନର ମୁଖ୍ୟ ଫାଟକ ବନ୍ଦ ରହିବ। କିନ୍ତୁ ପାଖ ଫାଟକ ଦେଇ କର୍ମଚାରୀମାନେ ଯାତାୟାତ କରିପାରିବେ। ଉକ୍ତଦିନ କର୍ମଚାରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ, ସମସ୍ତେ ନିଜର ପରିଚୟ ପତ୍ର ଆଣିବାକୁ ବାଧ୍ୟ। ତେବେ ପରିଦର୍ଶକମାନଙ୍କୁ ଉକ୍ତଦିନ ଲୋକସେବା ଭବନକୁ ଆସିବାକୁ ଦିଆଯିବ ନାହିଁ। ଯଦି କୌଣସି ବ୍ୟକ୍ତିଙ୍କୁ ପୂର୍ବରୁ ସଚିବାଳୟକୁ ଆସିବା ପାଇଁ ଅନୁମତି ଦିଆଯାଇଥିବ ତେବେ ସେ କ୍ଷେତ୍ରରେ ଗୃହ ବିଭାଗକୁ ଅବଗତ କରାଯିବ। ଯଦି କୌଣସି କର୍ମଚାରୀ ଏହି ସମୟରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ବିଭାଗୀୟ ସ୍ବତନ୍ତ୍ର ସଚିବଙ୍କ ଦୂରଭାଷ ନମ୍ବର-୨୩୯୩୮୪୯ କିମ୍ବା ସହାୟକ ପୁଲିସ ଆୟୁକ୍ତଙ୍କ ନମ୍ବର-୨୩୨୨୫୨୨ରେ ଯୋଗାଯୋଗ କରିବାକୁ ଶ୍ରୀମତୀ ବାଲା ପତ୍ରରେ ଦର୍ଶାଇଛନ୍ତି।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories