www.samajalive.in
Thursday, December 11, 2025
26.1 C
Bhubaneswar

ବର୍ଷର ଶ୍ରେଷ୍ଠ ପାରା ବ୍ୟାଡମିଣ୍ଟନ ଖେଳାଳି ଦୌଡ଼ରେ ପ୍ରମୋଦ

ନୂଆଦିଲ୍ଲୀ  : ଟୋକିଓ ପାରାଲିମ୍ପିକ୍‌ସରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତ ବର୍ଷର ଶ୍ରେଷ୍ଠ ପାରା ବ୍ୟାଡମିଣ୍ଟନ ଖେଳାଳି ଦୌଡ଼ରେ ସାମିଲ ହୋଇଛନ୍ତି। ବିଶ୍ବ ବ୍ୟାଡମିଣ୍ଟନ କ୍ରୀଡ଼ା ସଂଗଠନ ପକ୍ଷରୁ ପ୍ରମୋଦଙ୍କ ସମେତ ମୋଟ ୬ଜଣ ପାରା ବ୍ୟାଡମିଣ୍ଟନ ଖେଳାଳିଙ୍କ ନାମକୁ ବର୍ଷର ଶ୍ରେଷ୍ଠ ପାରା ବ୍ୟାଡମିଣ୍ଟନ ଖେଳାଳି ଭାବେ ମନୋନୟନ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯିବ। ୩୩ ବର୍ଷୀୟ ଅର୍ଜୁନ ପୁରସ୍କାର ବିଜେତା ପ୍ରମୋଦ ୨୦୨୦ ଟୋକିଓ ପାରାଲିମ୍ପିକ୍‌ସରେ ପୁରୁଷ ଏସ୍‌ଏଲ-୩ ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ଏହି ସଫଳତା ଲାଗି ଚଳିତ ବର୍ଷ ପାଇଁ ଜାତୀୟ କ୍ରୀଡ଼ାର ସର୍ବୋଚ୍ଚ ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେହିପରି ଟୋକିଓ ପାରାଲିମ୍ପିକ୍‌ସରେ କାଂସ୍ୟ ପଦକ ବିଜୟୀ ହୋଇଥିବା ଅନ୍ୟତମ ଭାରତୀୟ ପାରା ବ୍ୟାଡମିଣ୍ଟନ ଖେଳାଳି ମନୋଜ ସରକାର ପାରା ବ୍ୟାଡମିଣ୍ଟନ ପ୍ଲେୟାର ଅଫ ଦି ଇୟର ପୁରସ୍କାର ଦୌଡ଼ରେ ରହିଛନ୍ତି। ଇଣ୍ଡୋନେସିଆର ଭିକ୍ଟର ଆଲେକ୍‌ସେନ ଏବଂ ଆଣ୍ଡେର ଆଣ୍ଟେନସନ, ଚୀନର ୱାଙ୍ଗ ଲିୟୁ ଏବଂ ଜାପାନର ୱିଟା ୱାଟେନେବଲ ପୁରୁଷ ପ୍ଲେୟାର ଅଫ ଦି ଇୟର ପାଇଁ ଦୌଡ଼ରେ ରହିଛନ୍ତି। ଟୋକିଓ ଅଲିମ୍ପିକ୍‌ସ ମହିଳା ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିବା ଚୀନର ଚେନ୍‌ ୟୁ ଫି, ସ୍ପେନର କାରୋଲିନା ମାରିନ, ତାଇପେଇର ତାଇ ତୁଜ୍‌ ୱିଙ୍ଗ ଏବଂ ଜାପାନର ୟାକେନ ୟାମାଗୋଚ୍ଛି ମହିଳା ପ୍ଲେୟାର ଅଫ ଦି ଇୟର ଦୌଡ଼ରେ ରହିଛନ୍ତି। କରୋନା ମହାମାରୀ ପାଇଁ ବିଶ୍ବ ବ୍ୟାଡମିଣ୍ଟନ କ୍ରୀଡ଼ା ସଂଘ ପକ୍ଷରୁ ୨୦୨୦ ନଭେମ୍ବରରୁ ୨୦୨୧ ନଭେମ୍ବର ପର୍ଯ୍ୟନ୍ତ ଖେଳାଳିଙ୍କ ପ୍ରଦର୍ଶନକୁ ଆଧାର କରି ଏହି ସମ୍ମାନ ଲାଗି ମନୋନୟନ କରାଯାଇଛି। ବିଶ୍ବ ବ୍ୟାଡମିଣ୍ଟନ ଓ ଟୋକିଓ ପାରାଲିମ୍ପିକ୍‌​‌େ​‌ର ଖେଳାଳିଙ୍କ ପ୍ରଦର୍ଶନକୁ ଆଧାରକରି ମନୋନୟନ କରାଯାଇଛି । ଏଥିରୁ ଚୂଡାନ୍ତ ଖେଳାଳି ମନୋନୟନ କରାଯିବ।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories