www.samajalive.in
Sunday, December 7, 2025
18.1 C
Bhubaneswar

ବାରିକ ସମାଜର ଉନ୍ନତି ପାଇଁ ବୈଠକ

ରେଙ୍ଗାଲିକ୍ୟାମ୍ପ  : ବାରିକ ସମାଜର ବ୍ଲକ ସଭାପତି ହାରାଧନ ବାରିକଙ୍କ ସଭାପତିତ୍ବରେ ଲାହଣ୍ଡା ମାଁ ସମଲେଶ୍ଵରୀ ମନ୍ଦିର ପୀଠରେ ବାରିକ ସମାଜର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାଁ ସମଲେଶ୍ଵରୀ ଙ୍କ ମୂର୍ତ୍ତିରେ ନିମନ୍ତ୍ରିତ କୁନୁଆଁ ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇ ବୈଠକ ର ଶୁଭାରମ୍ଭ ହୋଇଥିଲା। ଜିଲ୍ଲା ତଥା ଜିଲ୍ଲା ବାହାରୁ ନିମନ୍ତ୍ରିତ ହୋଇ ଆସିଥିବା କୁନୁଆଁ ମାନଙ୍କୁ ସ୍ଵାଗତ ଜଣାଇ ସୁଶିଲ ପଶାୟତ ମଞ୍ଚାସୀନ କରାଇଥିଲେ। ଏହି ଅବସରରେ ବାରିକ ସମାଜ ଗୋଡଭଗା ର ଗଜରାଜ୍ ବାରିକ୍,ଲହଣ୍ଡାର ରଣଜିତ୍ ପଶାୟତ,ସିଲେଟ ର ମାଖୁନୁ ପଶାୟତ ଓ କୁଳମଣି ପଶାୟତ ଙ୍କ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ। ଏହାପରେ କୁନି କୁନି ପିଲାଙ୍କ ଦ୍ଵାରା  ଭକ୍ତି ପୂର୍ଣ୍ଣ ମାଁ ସମଲେଶ୍ଵରୀଙ୍କ ଭଜନ ପରିବେଷଣ କରିଥିଲେ।
ଏହି ମଞ୍ଚରେ ସାମ୍ବାଦିକ ଆକାଶ ମିଶ୍ର, ନବୀନ ଦାଶ, ସୌମ୍ୟା ବେହେରା ଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ବ୍ଲକ ସମ୍ପାଦକ କାର୍ତ୍ତିକ ପଶାୟତ ଅତିଥି ପରିଚୟ ପ୍ରଦାନ କରି ରଘୁନାଥ ବାରିକଙ୍କୁ ମଞ୍ଚ ପରିଚାଳନା କରିବା ପାଇଁ କାର୍ୟ୍ୟଭାର ହସ୍ତାନ୍ତର କରିଥିଲେ। ବାରିକ ସମାଜରେ ଦେଖାଯାଉଥିବା ସମସ୍ୟା ଗୁଡ଼ିକୁ ଉତ୍ଥାପନ କରି ସେଗୁଡିକର ସମାଧାନ ପାଇଁ ଉପଯୁକ୍ତ ପଦକ୍ଷେପ ନେବା,ସମାଜର ଉନ୍ନତି ,ବରିଷ୍ଠ ବ୍ୟକ୍ତିଙ୍କୁ ସମ୍ମାନ ଜଣାଇବା,ଯୁବପିଢି ଓ ବୟୋଜ୍ୟେଷ୍ଠ ମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରିବା ଆଦି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।ସମାଜକୁ ମଜବୁତ କରିବା ପାଇଁ ବ୍ଲକକୁ ୫ଟି ଜୋନରେ ବିଭକ୍ତ କରାଯାଇଛି । ଏଥି ମଧ୍ୟରୁ ତିନି ନମ୍ବର ଜୋନ ଲାହାଣ୍ଡାର କର୍ମକର୍ତ୍ତା ଚୟନ କରାଯାଇଛି । ଏଥିରେ ନୂତନ ଭାବେ ସଭାପତି ଭାବେ ଧ୍ରୁବଚରଣ ପଶାୟତ,ସମ୍ପାଦକ ଭାବେ ଅଜିତ ପଶାୟତ,ଯୁଗ୍ମ ସମ୍ପାଦକ ଭାବେ ସରୋଜ ବାରିକ୍ ଓ କୋଷାଧ୍ୟକ୍ଷ ଭାବେ ଜ୍ଞାନରଞ୍ଜନ ବାରିକ୍ ଙ୍କୁ ମନୋନୀତ କରାଯାଇଛି । ପ୍ରତି ଜୋନର କର୍ମକର୍ତ୍ତା ଚୟନ କାର୍ୟ୍ୟ ସରିବା ପରେ ଗୋଡଭଗା ମାଁ ସମଲେଶ୍ବରୀ ମନ୍ଦିର ପୀଠରେ ବ୍ଲକ ସ୍ତରୀୟ ଅଧିବେଶନ କରାଯିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ପଶ୍ଚିମ ଓଡ଼ିଶା ବାରିକ ସମାଜର ସଂପାଦକ ବୃନ୍ଦାବନ ବାରିକ୍,ବୁର୍ଲାର ପ୍ରଫେସର ତରଣିସେନ୍ ବାରିକ୍,ପଶ୍ଚିମ ଓଡ଼ିଶା ଉପସଭାପତି ସନ୍ତୋଷ ବାରିକ୍,ବରଗଡ଼ ଜିଲ୍ଲା ସମ୍ପାଦକ ଘନଶ୍ୟାମ ବାରିକ୍,ବରଗଡ଼ ଜିଲ୍ଲା ମହିଳା ସଭାନେତ୍ରୀ ସୁଶୀଳା ପଶାୟତ,ଜିଲ୍ଲା କାର୍ୟ୍ୟକାରୀ ସଭାପତି ଦୁର୍ଗାପ୍ରସାଦ ବାରିକ୍,ଜିଲ୍ଲା ଆଇନ୍ ପରାମର୍ଶ ଦାତା ଅଶୋକ କୁମାର ପଶାୟତ ପ୍ରମୁଖ ନିମନ୍ତ୍ରିତ କୁନୂଆଁ ଭାବେ ମଞ୍ଚାସିନ ଥିଲେ। ଶ୍ରୀପତି ବାରିକ୍, ଦଶ ପଶାୟତ,କମଳାକାନ୍ତ ପଶାୟତ,କିଶୋର ବାରିକ୍,ଯଦୁ ବାରିକ୍ ,ବିଜୟ ବାରିକ୍,ପିନ୍ଟୁ ପଶାୟତ,ପୂର୍ଣ୍ଣିମା ବାରିକ,ସରସ୍ଵତୀ ପଶାୟତ,ଶ୍ରୀକାନ୍ତ ବାରିକ୍,ଲିଲି ପଶାୟତ,ଦିପାଲି ପଶାୟତ,କାନଳି ପଶାୟତ,ଅଞ୍ଜନା ପଶାୟତ,ନିଲେନ୍ଦ୍ରି ବାରିକ୍ ସକ୍ରିୟ ସହଯୋଗ କରିଥିବାବେଳେ ସରୋଜ ବାରିକ୍ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories