www.samajalive.in
Sunday, December 7, 2025
26.1 C
Bhubaneswar

ଅତାବିରାରେ ମଧୁବାବୁ ପେନସନ ଯୋଜନାରେ ୪୭୦ଜଣଙ୍କୁ ଭତ୍ତା ବଣ୍ଟନ

ରେଙ୍ଗାଲିକ୍ୟାମ୍ପ  :  ଅତାବିରା ବ୍ଲକ କାର୍ୟ୍ୟାଳୟରେ ଅଧ୍ୟକ୍ଷା ରିତା ସାହୁଙ୍କ ଅଧ୍ୟକ୍ଷତାରେ ଭତ୍ତା ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ଵନାଥ ସାହୁ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୀରିନ୍ଦ୍ର ସାହୁ,ଆର୍ ଏମ୍ ସି ଉପାଧ୍ୟକ୍ଷ ସୁଦାମ ହାସଲ, ହିର୍ଲିପ।ଲି ସରପଞ୍ଚ କବିତା ସାହୁ,ସମିତି ସଭ୍ୟ ଜୟନ୍ତୀ ମେହେର,ଆତ୍ମା ସଭାପତି ଉର୍କୁଳୁ ସାହୁ, ବିଜେଡି ର ବରିଷ୍ଠ ନେତା,କୁଳମଣି ପ୍ରଧାନ, ମନାପଡ଼ା ସମିତି ସଭ୍ୟ ସନ୍ଧ୍ୟାବାଲି ମେହେର,କୁମେଲସିଂହା ସରପଞ୍ଚ ଜ୍ୟୋତିର୍ମୟୀ ନାଏକ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ। ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି କାର୍ୟ୍ୟକ୍ରମର ଆରମ୍ଭ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ମଧୁବାବୁ ପେନସନ ଯୋଜନା କୁ ବିଧାୟିକା ଭୂୟସୀ ପ୍ରଶଂସା କରିଥିଲେ। ଏହି ଯୋନାରେ କିପରି ହିତାଧିକାରୀ ଉପକୃତ ହୋଇ ପାରୁଛନ୍ତି ସେ ବିଷୟରେ ମଞ୍ଚସୀନ ଅତିଥି ମାନେ ଆଲୋକପାତ କରିଥିଲେ। ଆଜିର ଏହି କାର୍ୟ୍ୟକ୍ରମର ଶୁଭ ଅବସରରେ ୫୧ ଜଣ ବିକଳାଙ୍ଗ,୧୬୯ ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା,୧୮୭ ଜଣଙ୍କୁ ବିଧବା ଭତ୍ତା, ୫୬ ଜଣଙ୍କୁ ଅବିବାହିତ ଭତ୍ତା ଓ ୭ ଜଣ ଅସହାୟ ବ୍ୟକ୍ତି ବିଶେଷଙ୍କୁ ଭତ୍ତା ପ୍ରଦାନ କରିବା ବ୍ୟତୀତ ୩ ଜଣଙ୍କୁ ହ୍ବିଲ ଚେୟାର,୫ ଜଣଙ୍କୁ ଟ୍ରି ସାଇକେଲ ଓ ଜାତୀୟ ପରିବାର କଲ୍ୟାଣ ଯୋଜନାରେ ୨୦ ହଜାର ଟଙ୍କା ଲେଖାଏଁ ୫ ଜଣଙ୍କୁ ବିଧାୟିକା ପ୍ରଦାନ କରିଥିଲେ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories